Spread the love

ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।

ଯାଜପୁର _ ଯାଜପୁର ଜିଲ୍ଲାର ଯାଜପୁର ବ୍ଳକ ଅନ୍ତର୍ଗତ କପାସି ଠାରେ ଅବସ୍ଥିତ ମହାବୀର ସରକାରୀ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି।ଏହି ସମାରୋହ ୩/୦୧/୨୦୨୫ ରୁ ଆରମ୍ଭ ହୋଇ ୦୫/ ୦୧/୨୦୨୫ ତିନିଦିନ ଧରି ବିଦ୍ୟାଳୟର ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହେବ। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ବରୁଣେଶ୍ଵର ମହାବିଦ୍ୟାଳୟର ପୃର୍ବତନ ଅଧ୍ୟକ୍ଷ ପ୍ରଫେସର ବଟକୃଷ୍ଣ ମହାପାତ୍ର ଓ ବିରଜା ଜ୍ୟୋତିର ସମ୍ପାଦକ ଡକ୍ଟର ଜ୍ଞାନରଞ୍ଜନ ପତି, ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେବେ। ଦ୍ବିତୀୟ ଅଧିବେଶନରେ ଉଦଘାଟକ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼କ୍ତର ରବିନ୍ଦ୍ର ନାରାୟଣ ବେହେରା , ମୁଖ୍ୟ ବକ୍ତା ଭାବେ ବିଜେପିର ଜିଲ୍ଲା ସଭାପତି ଗୈତମ ରାୟ , ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଅନ୍ନେଷା ରେଡ଼ି,ପୃର୍ବତନ ବିଧାୟିକା ସୁନନ୍ଦା ଦାଶ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ସମାଜସେବୀ ଉମେଶ ଚନ୍ଦ୍ର ଜେନା, ଦ୍ବିତୀୟ ଦିନର ପ୍ରଥମ ଅଧିବେଶନରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଓ ପ୍ରାଧ୍ୟାପକ ଦାମୋଦର ବେହେରା ଯୋଗଦେବେ। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବିଧାୟିକା ତଥା ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରେଣ୍ୟ ଅତିଥି ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଧାୟକ ବିଶ୍ବରଂଜନ ମଲିକ, ବିଧାୟିକା ସୁଜାତା ସାହୁ, ଯାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ସ୍ବର୍ଣ୍ଣଲତା ପରିଡ଼ା,ମଣ୍ଡଳ ଶିକ୍ଷାଧିକାରୀ ଡକ୍ଟର ସ୍କୁତିରେଖା ନାୟକ,ସାନସୁଆର ସରପଞ୍ଚ ସାଗରୀକା ଦାସ , ସମିତି ସଭ୍ୟା, ଗିତାଞଳି ସାହୁ । ତୃତୀୟ ବା ଉଦଯାପନ ଉତ୍ସବରେ ବରୁଣେଶ୍ଵର ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରସନ୍ନ ରାଉତ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ପ୍ରଧ୍ୟାପକ ଡକ୍ଟର ଶ୍ରୀହରି ଧଳ , ସମ୍ମାନିତ ଅତିଥି ଭାବେ ଅଭିରାମ ସାମଲ ପ୍ରମୁଖ ଯୋଗ ଦେବେ ।

ଯାଜପୁର ଜିଲ୍ଲା ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *