Spread the love

ମାନ୍ୟବର ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ,ତା.୧୮:୦୮:- ମାନ୍ୟବର ଶିଳ୍ପ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଦିନିକିଆ ଅନୁଗୋଳ ଗସ୍ତରେ ଆସି ଆଜି ଅପରାହ୍ନରେ ସ୍ଥାନୀୟ ଆଲୁମିନିୟମ ପାର୍କ ମଧ୍ୟରେ ଥିବା ଲୁମିନସ୍ ପାଓ୍ବାର ଟେକ୍‌ନୋଲୋଜି ପ୍ରାଇଭେଟ ଲି, ଏବଂ ଧାତୁ ଫେବେକ୍ସ ପ୍ରାଇଭେଟ ଲି. ପରିଦର୍ଶନ କରିବା ସହିତ ଏହାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ପରେ ପରେ ମାନ୍ୟବର ମନ୍ତ୍ରୀ ଅନୁଗୋଳ କଦମ, ପଡିଆ ଠାରେ ଓ ପି ଜିନ୍ଦଲ ଫାଉଣ୍ଡେସନ୍ ଦ୍ବାରା ଆୟୋଜିତ ‘ ଓ ପି ଜିନ୍ଦଲ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫’ ର ଊଦ‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବ ବର୍ଗଙ୍କ ମଧ୍ୟରେ ସ୍ପୋର୍ଟସ ମ୍ୟାନ ସ୍ପିରିଟ୍ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ପ୍ରଶଂସା କରିଥିଲେ ।

ଏହା ସହିତ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଏହା ପରେ ପରେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଜିଲ୍ଲାରେ ଶିଳ୍ପ, ଦକ୍ଷତା ବିକାଶ, ନୂତନ ରୋଜଗାର ସୃଷ୍ଟି, ସରକାରୀ ପଲ୍ଲିଟେକ୍‌ନିକ୍‌, ଆଇ ଟି ଆଇ ତାଳଚେର ଓ ଆଠମଲ୍ଲିକ, ଆଲୁମିନିୟମ ପାର୍କ ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ସମୀକ୍ଷା କରିଥିଲେ । ଏହି ସମୀକ୍ଷ ବୈଠକରେ ଯୁବ ଶକ୍ତିଙ୍କୁ ସୁଦୃଢ କରିବା ଏବଂ ନୂତନ ରୋଜଗାର ସୃଷ୍ଟି ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ବୈଠକରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, କଲେକ୍ଟର ଅବଦାଲ୍ ମୁହମ୍ମଦ୍ ଅତର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଅନୁଗୋଳ ଊପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, କେନ୍ଦ୍ର ମହାପ୍ରବନ୍ଧକ ଶ୍ରୀ ଶିବାଶିଷ କାନୁନଗୋ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଶିଳ୍ପ ଅନୁଷ୍ଠାନର ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *