Spread the love

*ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି*

 

*ମାଲକାନଗିରିରେ ନଭେମ୍ବର ୨୧ ଏବଂ କୋରାପୁଟରେ ନଭେମ୍ବର ୧୪ ଯାଏଁ ଚାଲିବ ସର୍ଭେ*

 

*ଭୁବନେଶ୍ୱର, ତା. ୦୭.୧୧.୨୦୨୬:* ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଚାଲିଥିବା ଘରକୁ ଘର ସର୍ଭେ (Door-to-Door Survey) କାର୍ଯ୍ୟକ୍ରମର ଅବଧିକୁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ବୃଦ୍ଧି କରାଯାଇଛି।

 

ସମ୍ପୃକ୍ତ ଜିଲ୍ଲାରୁ ମିଳିଥିବା ଅନୁରୋଧକୁ ବିଚାରକୁ ନେଇ ମାନ୍ୟବର ରାଜ୍ୟ ନିର୍ବାଚନ ଆୟୋଗ ଏହି ଦୁଇଟି ଜିଲ୍ଲାରେ ସର୍ଭେ କାର୍ଯ୍ୟ ସମାପ୍ତି ପାଇଁ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି।

 

ଆୟୋଗଙ୍କ ନିଷ୍ପତ୍ତି ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଘରକୁ ଘର ସର୍ଭେ କାର୍ଯ୍ୟ ନଭେମ୍ବର ୨୧, ୨୦୨୬ ତାରିଖ ପର୍ଯ୍ୟନ୍ତ ଏବଂ କୋରାପୁଟ ଜିଲ୍ଲାରେ ନଭେମ୍ବର ୧୪, ୨୦୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

 

ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବର୍ଦ୍ଧିତ ସମୟସୀମା ମଧ୍ୟରେ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହ ଏହାର ସଠିକ୍ ତଦାରଖ ଓ ନିୟମିତ ଅନୁଧ୍ୟାନ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

 

ସର୍ଭେ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ବର୍ଦ୍ଧିତ ସମୟସୀମା ମଧ୍ୟରେ ସୁଚାରୁରୂପେ ଓ ବିଳମ୍ବ ବିନା ସମ୍ପନ୍ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

 

 

Leave a Reply

Your email address will not be published. Required fields are marked *