Spread the love

ମା ସୁକିଆବାଉତି ଙ୍କ ପୀଠରେ ନବରାତ୍ର ଖୁବ ଧୁମ ଧାମରେ ପାଳନ ହେଉଥିବାବେଳେ, ଆଜି ଦୁର୍ଗାଅଷ୍ଟାମୀରେ ଶ୍ରଦ୍ଧାଳୁଙ୍କ ଭିଡ଼।

ହିନ୍ଦୋଳ :29/09/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କୁନୁଆ ଠାରେ ପ୍ରସିଦ୍ଧ ମା ସୁକିଆବାଉତି ଙ୍କ ପୀଠରେ ମାଙ୍କର ନବରାତ୍ର ପୂଜା ଖୁବ ଧୁମ ଧାମରେ ପାଳିତ ହେଉଥିବାବେଳେ, ଆଜି ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ସମାଙ୍ଗମ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ଆଜି ଦୁର୍ଗା ଅଷ୍ଟମୀ ଥିବାରୁ, ଅଂଚଳର ବ୍ରତୀମାନେ ବ୍ରତ ପୂଜା ନିମନ୍ତେ ସକାଳୁ ମନ୍ଦିରରେ ପହଂଚି ବ୍ରତ ପୂଜାକରି ମା ଙ୍କ ଦର୍ଶନ କରିଥିଲେ। ଯିଏ ଯାହା ଭକ୍ତିର ସହ ମନସ୍କାମନା କଲେ, ତାହା ପୂରଣ ହେଉଥିବାରୁ ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସମାଙ୍ଗମ ଦେଖିବାକୁ ମିଳିଥିଲା। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *