Spread the love

ମିଡିଆ କ୍ଲବର ଜରୁରୀ ବୈଠକ
ଗଣମାଧ୍ୟମକୁ ସକ୍ରିୟ ହେବାକୁ ଆହ୍ବାନ

ଜୁନାଗଡ଼,୧୪।୭(ବାଲେଶ୍ୱର ସୁନାନୀ )-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଆରଏମ ସି ସଭାଗୃହରେ ମଙ୍ଗଳବାର ଅପରାହ୍ନରେ ଜୁନାଗଡ଼ ମିଡିଆ କ୍ଲବର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇଁ ଆଲୋଚନା କରାଯାଇଥିଲା। ବିଶେଷ କରି ଜୁନାଗଡ଼ ବ୍ଳକରେ ବଣ୍ଟନ ହେଉଥିବା ନିମ୍ନ ମାନର ଛତୁଆ,ଏମଡିଏମ ଚାଉଳ ଯୋଗାଣରେ ଅନିୟମିତତା, ଛାତ୍ରଛାତ୍ରୀଙ୍କ ସ୍କୁଲ ପୋଷାକ ବଣ୍ଟନ ରେ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଏହି ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ପାଇଁ ଗଣମାଧ୍ୟମକୁ ସକ୍ରିୟ ହେବାକୁ ଆହ୍ବାନ ଦିଆଯାଇଥିଲା।ଅନୁଷ୍ଠିତ ବୈଠକରେ କ୍ଲବର ପରାମର୍ଶ ଦାତା,ମୁକେଶ ଅଗ୍ରୱାଲ, ଉତ୍ତମ ଦାଶ,କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ମାଝୀ,ସମ୍ପାଦକ ବିଜୟ ଭୂଷଣ ଦଣ୍ଡସେନା, ସହ ସମ୍ପାଦକ ବାଲେଶ୍ଵର ଶୁଣାଣି, ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସହ ସମସ୍ତ ସଦସ୍ୟ ତଥା ସାହେବ ଛତ୍ରିଆ, ଲକ୍ଷ୍ମଣ ବାଣୁଆ, ଦୂଲେଦ୍ର ମେହେର, ସୁରେଶ୍ ବାଗ,ଗୟl ରାମ ପୁଝାରୀ ଲାବଣ୍ୟ ନାଏକ, ଭବାନୀ ଗହିର,ସପ୍ତସ୍ଵର ପାଢି, କିଷନ ଶର୍ମl ପ୍ରମୂଖ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *