Spread the love

ମଣିପୁରରେ ରାଷ୍ଟ୍ରପତି ଶାସନ ଅବଧିକୁ ଆସନ୍ତାମାସ ୧୩ ତାରିଖ ଠାରୁ ଆଉ ୬ ମାସ ବୃଦ୍ଧି କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ଆଜି ଲୋକସଭାରେ ମଞ୍ଜୁରୀ ମିଳିଛି । ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ପ୍ରସ୍ତାବ ଆଗତ କରି କହିଥିଲେ ଯେ ମଣିପୁରରେ ଚଳିତ ବର୍ଷ ଫେବୃୟାରୀ ୧୩ ତାରିଖ ଦିନ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା ।

ବର୍ତ୍ତମାନର ସ୍ଥିତିକୁ ଦେଖି ଏହାର ଅବଧିକୁ ଆଉ ୬ ମାସ ବୃଦ୍ଧି କରିବା ଲାଗି ସେ ଗୃହକୁ ନିବେଦନ କରିଥିଲେ ।ଏହି ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ଲାଗି ରାଷ୍ଟ୍ରପତି ଶାସନ ଅବଧିକୁ ବୃଦ୍ଧି କରିବା ଆବଶ୍ୟକ । ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବା ଦିନଠାରୁ କେବଳ ଗୋଟିଏ ସ୍ଥାନରେ ହିଂସା ଦେଖାଦେଇଥିଲା ଏବଂ ଏହି ଘଟଣାରେ ଜଣଙ୍କର ପ୍ରାଣହାନୀ ହୋଇଥିଲା।

Leave a Reply

Your email address will not be published. Required fields are marked *