🚨 ମୁଣ୍ଡଳିରେ ବଢ଼ିଲା ମହାନଦୀର ଜଳସ୍ତର, ୪ ଜିଲ୍ଲାର ତଳିଆ ଅଞ୍ଚଳକୁ ବନ୍ୟା ଭୟ
କଟକ: ମହାନଦୀର ଉପରମୁଣ୍ଡରୁ ଆସୁଥିବା ଅଧିକ ଜଳ ଯୋଗୁଁ ମୁଣ୍ଡଳିରେ ବନ୍ୟାଜଳ ପ୍ରବାହ ବଢ଼ିଛି। ମୁଣ୍ଡଳି ଦେଇ ପ୍ରାୟ ୭.୮୩ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବାରୁ ମହାନଦୀ ଅବବାହିକାରେ ଚିନ୍ତା ବଢ଼ିଛି।
ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିବାର ଆଶଙ୍କା ରହିଛି। ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି।
ତେବେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଦୀଗୁଡ଼ିକରେ ବନ୍ୟାଜଳ ଧୀରେଧୀରେ ହ୍ରାସ ପାଉଥିବା ସୂଚନା ମିଳିଛି। ମହାନଦୀର ଜଳପ୍ରବାହ ଆଗାମୀ ସମୟରେ କିପରି ରହୁଛି, ତା’ ଉପରେ ନିର୍ଭର କରିବ ତଳିଆ ଅଞ୍ଚଳର ସ୍ଥିତି।
