Spread the love

ମୁମ୍ବାଇରେ ଗଣେଶ ମୂର୍ତ୍ତି ଅଘଟଣ: ୨ ମୃତ, ୫ ଆହତ

ମୁମ୍ବାଇ, ଅଗଷ୍ଟ ୨୨: ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ଘଟିଛି ଅଘଟଣ। ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ମୂର୍ତ୍ତିର ଆଗମନ ଶୋଭାଯାତ୍ରା ସମୟରେ ମୂର୍ତ୍ତି ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡ଼ିଛି।

ଶନିବାର ରାତି ପ୍ରାୟ ୧୦ଟା ସମୟରେ ଭୁଲେଶ୍ୱରର ଜୟ ଆମ୍ବେ ଚୌକ ନିକଟ ବଳରାମ ମର୍ଚ୍ଚାଣ୍ଟ ରୋଡ୍‌ରେ ଥିବା କବୁତରଖାନା ନିକଟରେ ଏହି ଘଟଣା ଘଟିଥିଲା।

ଗଣେଶ ମୂର୍ତ୍ତି ଆଗମନ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ମୂର୍ତ୍ତିଟି ଖସିପଡ଼ିଥିଲା। ଏଥିରେ ଉପସ୍ଥିତ କିଛି ଲୋକ ଆହତ ହୋଇଥିଲେ।

ଘଟଣା ପରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ମୁମ୍ବାଇ ପୌର ଅଧିକାରୀମାନେ ସୂଚନା ଦେଇଛନ୍ତି।

ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅଘଟଣର କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *