Spread the love

ମେଡିକାଲ୍ କଲେଜ୍‌ରେ ରୋଗୀ ସେବା ଦାବୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ତାଳଚେର, ୦୩/୦୪ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଆଜି ପୂର୍ତ ବିଭାଗ ଡାକବଙ୍ଗଳା ଠାରେ ବରିଷ୍ଠ ଉପଦେଷ୍ଠା ଚୈତନ୍ୟ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଳଚେର ଉପଖଣ୍ଡର ସଂଗ୍ରାମୀ ବନ୍ଧୁମାନେ ଉପସ୍ଥିତ ହୋଇ ତାଳଚେର ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ତୀବ୍ର ନିନ୍ଦା କରାଯାଇଥିଲା । ପରିଚାଳନା ବାବଦକୁ ସମସ୍ତ ଅର୍ଥ ସରକାର ନେବା ପରେ ଏବଂ ଆନୁସଙ୍ଗିକ ଭିତିଭୂମି ଥିବା ସତ୍ୱେ କାହିଁକି ମେଡିକାଲ୍ କଲେଜ୍ ରେ ରୋଗୀ ସେବା ହେଉ ନାହିଁ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅବିଳମ୍ବେ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ବାହ୍ୟ ଓ ଅନ୍ତଃ ରୋଗୀସେବା ଆରମ୍ଭ ନକଲେ ବଡଧରଣର ଆନ୍ଦୋଳନର ଚେତାବନୀ ଦିଆଯାଇଛି । ପ୍ରଥମେ ଗାଁ କୁ ଚାଲ ଅଭିଯାନ ଆରମ୍ଭ ହେବ । ପଥପ୍ରାନ୍ତ ସଭା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ସରକାର ଯଦି ଏହାକୁ ଅବହେଳା କରନ୍ତି ତାହେଲେ ତାଳଚେରର ସଂଗ୍ରାମୀ ଜନସାଧାରଣ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି କମିଟିର ସଭାପତି ଅଭୟ ପାଣି, କାର୍ଯ୍ୟକାରୀ ସଭାପତି ଭୂପେନ୍ ଥମ୍ବ, ସଂପାଦକ ବିଜୟ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ପ୍ରହ୍ଲାଦ ଚନ୍ଦ୍ର ସାହୁ, ଚିନ୍ତାମଣି ମହାପାତ୍ର, କେଶବ ଭୂତିଆ, ଶୋଭାଗିନୀ ଦେବୀ, ହରିହର ଦାସ, ବିଜୟ କୁମାର ମିଶ୍ର, ସୁକାନ୍ତ ଦାସ, ବଳରାମ କୁଣ୍ଡ, ରାଜକିଶୋର ସାହୁ, ଡିଲେଶ୍ୱର ବେହେରା, ପ୍ରଫୁଲ ନାଏକ, ପ୍ରେମାନନ୍ଦ ମହାନ୍ତି, ଶରତ ଚନ୍ଦ୍ର ଦାସ, ଜିନେସ ସାହୁ, ସୁଲେଖ ସେଠୀ, ମନୋଜ କୁମାର ମହାପାତ୍ର, ହରେକୃଷ୍ଣ ମହାପାତ୍ର, ବିନୋଦ ଲାଲ୍‌ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *