Spread the love

ଯାଇଥଲେ ଛେଳିଚରାଇ, ଫେରିବା ବେଳେ ମହୁମାଛି ଆକ୍ରମଣରେ ଜଣେ ମୃତ ଦୁଇ ଆହତ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରେ ମହୁମାଛି ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର। ଚମ୍ପୁଆ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ମହୁମାଛି ଆକ୍ରମଣ କରିବାରୁ ଜଣେ ମୣତ୍ୟୁବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଥିବା ନେଇ ସୂଚନା।ତେବେ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ଘଟଣା ସ୍ଥଳରୁ ଦୈଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଚମ୍ପୁଆ ଥାନା ରାମଚନ୍ଦ୍ରପୁର ଗ୍ରାମର ନିରାଶ ମୁଣ୍ଡା (50 ବର୍ଷ) ନାତି ରାଜାମୁଣ୍ଡା ଓ ପଡୋଶି ମାର୍କଣ୍ଡ ମୁଣ୍ଡା ଓ ଅନ୍ୟ ଦୁଇଜଣକଂ ସହ ମିଶି ଛେଳି ଚରାଇବାକୁ ଗାଁ ଜଙ୍ଗଲକୁ ଯାଇଥିଲେ। ବର୍ଷା ଯୋଗୁ ଛେଳି ନେଇ ଘରକୁ ଫେରିବା ସମୟ ରେ ଜଙ୍ଗଲରେ ଥିବା ମହୁମାଛି ହଠାତ ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଦୌଡି ପଳାଇଥିଲା ବେଳେ ନିରାଶମୁଣ୍ଡା ଓ ନାତି ରାଜାମୁଣ୍ଡା ତଥା ମାର୍କଣ୍ଡ ମୁଣ୍ଡା ଦୌଡ଼ି ନ ପାରିବାରୁ ଆକ୍ରମଣର ଶିକାର ହେଇଥିଲେ । ମହୁମାଛି ଆକ୍ରମଣ ରେ ଆହତ ନିରାଶ ମୁଣ୍ଡା, ରାଜାମୁଣ୍ଡା, ମାର୍କଣ୍ଡ ମୁଣ୍ଡାଙ୍କୁ ଗାଁ ଲୋକେ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାକୁ ଆଣିଥିଲେ । ମାତ୍ର ସେଠାରେ ନିରାଶ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଆହାତ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।ଖବର ପାଇ ଚମ୍ପୁଆ ପୋଲିସ ଚିକିତ୍ସାଳୟ ଅଧିକ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *