Spread the love

ଯାଗା ପ୍ଲଟିଂ ବିରୋଧରେ ଏସ୍‌ପିଙ୍କୁ ଅଭିଯୋଗ

ଢେଙ୍କାନାଳ, ୧୫/୯: ଭୁବନ ବ୍ଲକ୍ ଅନ୍ତର୍ଗତ ଏକତାଳି ଗ୍ରାମର ସ୍ଵର୍ଗତ କୁଶ ଦାସଙ୍କ ପତ୍ନୀ ମୀନା ଦାସ (୮୨)ଙ୍କ ଘର ପାଖରେ ଥିବା ପାହଡକୁ ତାଡି ପ୍ଲଟିଂ କରିବାକୁ ନେଇ ଏସ୍‌ପିଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଯେ, ଏକତାଳି ଗ୍ରାମର କୈଳାସ ଚନ୍ଦ୍ର ରାଉତ, ଦିଲ୍ଲୀପ ରାଉତ, ଅମରେନ୍ଦ୍ର ରାଉତ, ରସାନନ୍ଦ ରାଉତ, ବିରଞ୍ଚି ନାରାୟଣ ରାଉତ, ନନ୍ଦ କିଶୋର ବେହେରା, ଯୋଗୀନାଥ ରାଉତ, ହରିହର ରାଉତ, କୂଳମଣି ରାଉତ, ମୋହନ ସାହୁ ପ୍ରମୁଖ ଏହି ଗ୍ରାମ ପାଖରେ ଥିବା ଏକ ପାହାଡକୁ ଜେସିବି ଦ୍ବାରା ତାଡି ସମତଳ କରି ପ୍ଲଟିଂ କରୁଛନ୍ତି । ଯାହାଫଳରେ ଆଖପାଖରେ ଥିବା ଧାନ ଫସଲ ନଷ୍ଟ ହେବାରେ ଲାଗୁଛି, ଜେସିବି ଶବ୍ଦରେ ଘରେ ଶୋଇପାରୁ ନାହାଁନ୍ତି, ଘର ସମ୍ମୁଖରେ ବଡ ବଡ ପଥର ପକାଉଛନ୍ତି । ଏହାକୁ ମୀନା ଦାସଙ୍କ ପୁଅ ବିରୋଧ କରିବାରୁ ତାଙ୍କୁ ସେମାନେ ମାଡିମାରି ଚୁପ୍ କରିଦେଇଥିଲେ ଓ ଧମକ ଦେଇ କହିଲେ ଆଉ ଥରେ ପାଟି ଫିଟାଇଲେ ଘର ଓ ପରିବାରକୁ ବୋମା ପକାଇ ଉଡାଇଦେବ ବୋଲି ପ୍ରକାଶ କରିଛନ୍ତି । କେତେଦିନ ବିତିଯାଇଥିଲେ ମଧ୍ୟ ଗତ ୧୨.୦୯.୨୦୨୫ରିଖରେ ପୁନର୍ବାର ସାନପୁଅ ଗଗନକୁ ଅମରେନ୍ଦ୍ର ରାଉତ ଓ ଦିଲ୍ଲୀପ ରାଉତ ତଣ୍ଟି ଚିପି ମାରିଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଗଗନ ଜୀବନ ବିକଳରେ ଦୌଡି ପଳାଇ ଆସିଥିଲା । ଏହି ବିଷୟରେ ଭୁବନ ଥାନାରେ ଜଣାଇଥିଲେ ମଧ୍ୟ କୌଣସି କେଶ୍ ରେଜିଷ୍ଟ୍ରି କରିନଥିଲେ । ପରଦିନ ତା୧୩.୦୯.୨୦୨୫ରିଖ ଦିନ ଗଗନ ବିଲରେ କାମ କରୁଥିବାବେଳେ କାହିଁକି ଥାନାକୁ ଯାଇଥୁଲୁ ବୋଲି କହି ଦିଲ୍ଲୀପ ରାଉତ, କୁଳମଣି ରାଉତ, ଗୋପୀନାଥ ରାଉତ ଓ ଅନ୍ୟମାନେ ଗଗନକୁ ଗୋଇଠା, ବିଧା ମାରି ତଳେ ପକାଇଦେଇଥିଲେ ଓ ଧମକ ଦେଇ କହିଥିଲେ ଯେ, ତୋତେ ଓ ତୋ ପରିବାରକ ପେଟ୍ରୋଲ ପକାଇ ଜାଳିଦେବୁ। ଫଳରେ ଗଗନ ଅଚେତ ହୋଇ ପଡିଥିବାବେଳେ ଆଖପାଖରେ କାମ କରୁଥିବା ଲୋକମାନେ ଗଗନଙ୍କୁ ଉଠାଇଥିଲେ । ଏହାର ସୁବିଚାର କରି ଦୋଷୀକୁ ଦଣ୍ଡ ପ୍ରଦାନ କରିବା ସହ ଗଗନଙ୍କ ପରିବାରକୁ ନ୍ୟାୟ ମିଳିବା ପାଇଁ ମୀନା ଦାସ ଢେଙ୍କାନାଳ ଆରକ୍ଷୀ ଅଧିକ୍ଷଙ୍କୁ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *