Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଯୁବ କଷ୍ଟ୍ୟୁମ ଡିଜାଇନର ପିଣ୍ଟୁ ସାହୁଙ୍କର ଦୁର୍ଘଟଣାରେ ମୃତ୍ୟୁ 

 

——————————

ଜେ.ବି.ଏନ,୧୨/୧୨/୨୦୨୦, (ରିପୋର୍ଟ, ରଂଜିତ କୁମାର ସାହୁ ):ଖୋର୍ଦ୍ଧା :ଗତ କାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଏକ ସଡକ ଦୁର୍ଘଟଣାରେ ଓଡିଆ ଚଳଚ୍ଚିତ୍ର ଏବଂ ସିରିଏଲ୍ ର ଯୁବ କଷ୍ଟ୍ୟୁମ ଡିଜାଇନର ତଥା ବାଲୁଗାଁ ଚକ୍ରଧରପୁର ନିବାସୀ ଯୋଗେନ୍ଦ୍ର ସାହୁଙ୍କର ପୁତ୍ର ପିଣ୍ଟୁ ସାହୁଙ୍କର ଅକାଳ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଏକ ଆଗାମୀ ଓଡ଼ିଆ ସିରିଏଲ୍ ନିମନ୍ତେ କଷ୍ଟ୍ୟୁମ ବ୍ୟବସ୍ଥା କରି ବାରଙ୍ଗ ମଧୁବନସ୍ଥ ବାସ ଭବନକୁ ପିଣ୍ଟୁ ସ୍କୁଟି ଯୋଗେ ଫେରୁଥିଲେ। ଏହି ସମୟରେ ଆଉ ଜଣେ ବ୍ୟକ୍ତି ବାରଙ୍ଗଠାରେ ବିପରୀତ ଦିଗରୁ ମଦ୍ୟପ ଅବସ୍ଥାରେ ଦୃତ ଗତିରେ ଭୁଲ୍ ବାଟରେ ସ୍କୁଟି ଚଳାଇ ପିଣ୍ଟୁଙ୍କ ସ୍କୁଟିକୁ ଧକ୍କା ଦେଲା।ତେଣୁ ଘଟଣା ସ୍ଥଳରେ ହିଁ ପିଣ୍ଟୁଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା। ଏହିଭଳି ଜଣେ ଯୁବ ପ୍ରତିଭାଙ୍କୁ ହରାଇ ବାଲୁଗାଁବାସୀ ଗଭୀର ମର୍ମାହତ। ଖବର ପ୍ରକାଶ ପାଇବା ପରେ ସମଗ୍ର ଓଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଚ୍ଛାୟା ଖେଳିଯାଇଛି।