Spread the love

ରାଜରାସ୍ତା ରେ ହାତୀପଲ , ଆତଙ୍କିତ ଓ ଭୟଭୀତ ଜନସାଧାରଣ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ ରଜିଆ ଓ ପତଳା ଅଞ୍ଚଳରେ କିଛିଦିନ ହେଲା ୨୫ଟି ହାତୀ ଡେରା ପକାଇଛନ୍ତି । ରଜିଆ ଜଙ୍ଗଲରୁ ୨୫ ଟିକିଆ ହାତୀପଲ ରାଜପଥ ଉପରେ ଅତିକ୍ରମ କରି ଆଖପାଖ ଅଞ୍ଚଳ ରେ ଉପଦ୍ରବ ଜାରି ରଖିଛନ୍ତି । ରଜିଆ ଜଙ୍ଗଲ ନିକଟରେ NH – 20 ରେ ଅତିକ୍ରମ କରିବା ସମୟ ରେ ରାସ୍ତା ଉପରେ ଠିଆ ହୋଇ ରହି ଥିଲେ । ଆଜକୁ ୪ରୁ ୫ଦିନ ହେବ ରଜିଆ ଓ ପତଳା ଗାଁ ଜଙ୍ଗଲରେ ୨୫ ଟିକିଆ ହାତୀପଲ ଦିନବେଳେ ରହିବା ପରେ ସନ୍ଧ୍ୟା ସମୟରେ ଜଙ୍ଗଲ ରୁ ବାହାରି ଖରାଟିଆ ଧାନ ଫସଲ ନଷ୍ଟ କରୁଥିବା ବେଳେ। ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ ଶସାଙ୍ଗ ଗାଁରେ ଏକ ଘର ଭାଙ୍ଗି ଥିବା ନେଇ ସୂଚନା। ବନ ବିଭାଗ ମଧ୍ୟ ହାତୀପଲଙ୍କ ଗତି ବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ କରାଉଛି ।ଏହି ୨୫ ଟିକିଆ ହାତୀ ପଲକୁ ନେଇ ନିକଟ ଗ୍ରାମବାସୀ ଚିନ୍ତିତ ଆତଙ୍କିତ ପ୍ରାୟ । ଏହି ହାତୀପଲ ଅନେକ ଦିନ ଧରି ଏହି ରେଞ୍ଜ ରେ ଅଛନ୍ତି । ହେଲେ ଲୋକଙ୍କୁ ବୁଝାଇବା ସହ ସତର୍କ କରାଇବାପରେ ମଧ୍ୟ ଲୋକମାନେ ଦେଶୀ ମହୁଲି ଓ ହାଣ୍ଡିଆ ଘରେ ରଖୁଥିବା ରୁ ହାତୀ ମାନେ ତାର ବାସ୍ନା ରେ ଘର ଭାଙ୍ଗି ସେ ସବୁକୁ ଖାଉଛନ୍ତି । ବର୍ତ୍ତମାନ ଚମ୍ପୁଆ ରେଞରେ ୮୦ରୁ ଅଧିକ ହାତୀ ଥିବା ନେଇ ସୂଚନା |କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *