Spread the love

ଭୂବନେଶ୍ବର, ୨୪/୧୧ : ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ମୋଟ ୧୨ଜଣ ଆଇଏଏସ୍ ଅଫିସରଙ୍କୁ ବଦଳି କରିବା ସହ ସେମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଜାରି କରାଯାଇଛି। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ତାଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗ ପ୍ରମୁଖ ସଚିବ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବାକୁ କୁହାଯାଇଛି।

ସେହିପରି ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନର ଭାବେ ବଦଳି କରାଯାଇଛି ଏବଂ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଶ୍ରମ କମିଶନର ଭାବେ ବଦଳି କରାଯାଇଛି। ସେହିପରି ତ୍ରିଲୋଚନ ମାଝୀଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସିଦ୍ଧାର୍ଥ ଦାସଙ୍କୁ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି। ବିଜୟ କୁମାର ପୃଷ୍ଟିଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ଓ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ(ଏକ୍ସଅଫିସିଓ) ଭାବେ ମଧ୍ୟ କାର୍ଯ୍ୟ କରିବେ। ସତ୍ୟବ୍ରତ ରାଉତଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *