ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୩୯୫ ମିଲିମିଟର ରେକର୍ଡ
ଭୁବନେଶ୍ୱର:
ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ଆଜି ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଏକାଧିକ ବ୍ଲକରେ ପ୍ରବଳ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ବିଶେଷ କରି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ବର୍ଷାର ପ୍ରକୋପ ସବୁଠାରୁ ଅଧିକ ଦେଖିବାକୁ ମିଳିଛି।
ପ୍ରାପ୍ତ ତଥ୍ୟ ଅନୁସାରେ, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ରାଜ୍ୟର ସର୍ବାଧିକ ୩୯୫.୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ନନ୍ଦାହାଣ୍ଡିରେ ୩୪୪.୦ ମିମି ଏବଂ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ୩୦୭.୮ ମିମି ବୃଷ୍ଟିପାତ ହୋଇଛି।
ଅନ୍ୟପକ୍ଷରେ, କୋଟପାଡ଼ (୨୭୨ ମିମି), ସିମିଳିଗୁଡ଼ା (୨୬୭ ମିମି), ଜୟପୁର (୨୫୮.୨ ମିମି), ଝରିଗାଁ (୨୪୦.୨ ମିମି), କୋଷାଗୁମୁଡ଼ା (୨୪୦ ମିମି), ଚନ୍ଦାହାଣ୍ଡି (୨୨୯.୬ ମିମି), କେନ୍ଦ୍ରାପଡ଼ା (୨୧୪ ମିମି), ଉମରକୋଟ (୨୦୫.୧ ମିମି) ଏବଂ ଗୋଲାମୁଣ୍ଡାରେ (୨୦୨ ମିମି) ପ୍ରବଳ ବର୍ଷା (୨୦୦ ମିମିରୁ ଊର୍ଦ୍ଧ୍ୱ) ରେକର୍ଡ ହୋଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମାଲକାନଗିରି, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼ ଏବଂ ନୂଆପଡ଼ା ଆଦି ଜିଲ୍ଲାର ୫୦ରୁ ଅଧିକ ବ୍ଲକରେ ୧୦୦ ମିମିରୁ ୨୦୦ ମିମି ମଧ୍ୟରେ ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି।
