Spread the love

ରାଜ୍ୟ ସମୀକ୍ଷା ମିଶନ ଙ୍କ ଅନୁଗୋଳ ଜ଼ିଲ୍ଲା ସ୍ୱାସ୍ଥ୍ୟ ସମ୍ପର୍କ ରେ ପରିଦର୍ଶନ

ଅନୁଗୋଳ ତା ୧୭/୧୨/୨୦୨୫ ଦୀର୍ଘ ତିନି ଦିନ ଧରି ରାଜ୍ୟ ସମୀକ୍ଷା ମିଶନ ର ୭ ଜଣିଆ ଟିମ ଅନୁଗୋଳ ଜ଼ିଲ୍ଲା ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର,ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସମ୍ପର୍କ ରେ ତଦାରଖ କରିବ। ସହିତ ଟୀକାକରଣ, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ଅମ୍ଲାନ, ରକ୍ତ ଶିକୁଳି, ଅଣସଂକ୍ରାମକ ରୋଗ ଇତ୍ୟାଦି ଏବଂ ଜନସାଧାରଣ ତଥା ସ୍ୱାସ୍ଥ୍ୟ ଉପଭୋକ୍ତ। ଠାରୁ ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ବିଷୟରେ ପଚାରି ବୁଝୁଥିଲେ। ଆଜି ଅପରାହ୍ନ ୩ ଘଣ୍ଟିକା ସମୟ ରେ ଜିଲ୍ଲାପ।ଳ ମହମ୍ମଦ ଅବଦଲ ଅଖତର ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏକ ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷ। କରିବା ସହିତ ସ୍ଥିତି କୁ ଜିଲ୍ଲାପାଳ ଙ୍କୁ ରାଜ୍ୟ ସମୀକ୍ଷା ମିଶନ ଅବଗତ କରାଇଥିଲେ। ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନ ମୋହନ ପ୍ରଧାନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଶାଖା ଅଧିକାରୀ, ସହିତ ରାଜ୍ୟ ସମୀକ୍ଷା ମିଶନ ର ଅଧିକାରୀ ଡା. ଆଦିତ୍ୟ ମହାପାତ୍ର, ଡା. ଶୁଭେନ୍ଦୁ କୁମାର ନାୟକ, ଡା. ଦୀନବନ୍ଧୁ ସାହୁ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ।ତ୍ର, ଶ୍ରୀଯୁକ ସୁକାନ୍ତ କୁମାର ମିଶ୍ର, ଶ୍ରୀଯୁକ ସ୍ୱରୂପ ଦାସ, ଡା. ହୀରାଲାଲ ନାୟକ ଙ୍କ ସହିତ ଡି. ପି. ଏ ମ ସୋମ୍ୟା ରାଣୀ ଗୌଡ଼ ଓ ଜିଲ୍ଲା ବିତ୍ତ ପରିଚାଳକ ଶ୍ରୀଯୁକ୍ତ ଟିକେଶ୍ୱର ବେହେରା ଙ୍କ ସମେତ ଅନ୍ୟ।ନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *