ରାମଚରିତ ମାନସ ନବାହ୍ମ ପାରାୟଣ ଉପଲକ୍ଷେ ଅଖିଳ ଚକ୍ର ପକ୍ଷରୁ ଶାରଦୀୟ ସାରସ୍ବତ ଉତ୍ସବ ଓ କବିତା ପାଠୋତ୍ସବ ଅନୁଷ୍ଠିତ
ଯାଜପୁର —-ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ — ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଶାସନ୍ଦା ର ଶ୍ରୀ ମଦନମୋହନ ଜିଉ ପୀଠ ପରିସର ରେ ଆଜି ଶ୍ରୀ ଶ୍ରୀ ରାମଚରିତ ମାନସ ନବାହ୍ମ ପାରାୟଣ ଉପଲକ୍ଷେ ଜ୍ଞାନ ଯଜ୍ଞ ଅଷ୍ଟତ୍ରିଶତମ ଶାରଦୀୟ ଆଧ୍ୟାତ୍ମିକ ଆଲୋଚନା ଏବଂ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟବଦ୍ଧନ ଧଳମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଡ ଶ୍ରୀହରି ଧଳ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଗୋପିନାଥ ଦାସ, ସମାଜସେବୀ ପଦ୍ମାକର ଗୁରୁ,କବି ସନ୍ତୋଷ କୁମାର ବେଉରିଆ ପ୍ରମୁଖ ଯୋଗଦେଇ ଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ ଗୈରାଙ୍ଗ ସ୍ବାଇଁ। ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ସତ୍ୟରଞ୍ଜନ ସ୍ବାଇଁ।ମଞ ପରିଚାଳନା କରିଥିଲେ ଶଶିଭୂଷଣ ସାମଲ, ଶିକ୍ଷାବିତ ଅଭୟ ଖୁଣ୍ଟିଆ।ଏହି ଶାରଦୀୟ ସାରସ୍ବତ ଉତ୍ସବ ରେ 36 ଜଣ ବରିଷ୍ଠ ନାଗରିକଙ୍କୁ ମାନପତ୍ର ଉପଢୌକନ ଓ ଫୁଲତୋଡ଼ା ଦିଆଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ସାରସ୍ବତ ଉତ୍ସବ ରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁବାସ ଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ର ବେହେରା, ସନ୍ତୋଷ କୁମାର ବେଉରିଆ, ରମାକାନ୍ତ ନାୟକ, ସୁବାସ ଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ସାହାଣୀ ପ୍ରମୁଖ ଯୋଗଦେଇ କବିତା ପାଠୋତ୍ସବ ରେ କବିତା ଆବୃତ୍ତି କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଶ୍ରୀ ମଦନମୋହନ ଜିଉ ପୀଠର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

