Spread the love

ରାଷ୍ଟୀୟ ମଜଦୂର କଂଗ୍ରେସ ଯୁବ ଶାଖା ତରଫରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ଅନୁଗୋଳ – ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଯୁବ ଶାଖା ତରଫରୁ ଅନୁଗୋଳ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ଅନୁଗୋଳ ଜିଲ୍ଲାର ଶ୍ରମିକ ମାନଙ୍କର ବିଭିର୍ଣ୍ଣ ସମସ୍ୟା ଏବଂ କାର୍ଯ୍ୟାଳୟ ଘର ପାଇଁ ଜମି ପ୍ରଦାନ, ଜମି ହରା ପ୍ରଜା ମାନଙ୍କୁ ଠିକ ଭାବରେ ନିଯୁକ୍ତି ନିମନ୍ତେ ଆଲୋଚନା କରିଥିଲେ,କଣିହାଁ ରୁ ଗୋଡ଼ିବନ୍ଦ ଯାଏଁ ୪ ଲେନ ରାସ୍ତା ନିର୍ମାଣ , ବିଜିଗୋଳ ରୁ ସମଲ ଯାଏଁ ବୁଡି ଅଞ୍ଚଳ ରେ ଥିବା ପୁରୁଣା ବ୍ରିଜ ଜାଗାରେ ଏକ ନୂତନ ବ୍ରିଜ ନିର୍ମାଣ କରି ସମଲ ରାସ୍ତା ସହ ସଂଯୋଗିକରଣ କଥା ଆଲୋଚନା ହୋଇଥିଲା , ଏଥିରେ ଜିଲ୍ଲା ସଭାପତି ଗୌତମ ଦେହୁରୀ ଙ୍କର ତତ୍ୱାବଧାନରେ ରାଜ୍ୟ ସଭାପତି ପ୍ରକାଶ ବେହେରା, ଉପସଭାପତି ଶ୍ରୀବତ୍ସ ସାହୁ, ବିଚିନ୍ଦ୍ରାନନ୍ଦ ସାମନ୍ତ, ସନ୍ତୋଷ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ ପ୍ରଧାନ, କୋଷାଧକ୍ଷ ଅନିଲ ଜେନାଙ୍କ ସହିତ ସୁଧୀର ସାମଲ, ସୁବାସ ବେହେରା, ନିରଜ ଭୁକ୍ତା, ବଳରାମ ସାହୁ, ବିଜୟ ପ୍ରଧାନଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ, ଏଥିରେ ଶ୍ରୀ ଜିଲ୍ଲାପାଳ ଅନୁଗୋଳ ଜିଲ୍ଲାର ସମସ୍ତଶ୍ରମିକ ଏବଂ ଠିକା ଶ୍ରମିକ ମାନଙ୍କର ଯେଉଁ କୌଣସି ସମସ୍ୟା ଆସିଲେ ତାକୁ ତୁରନ୍ତ ସମାଧାନ କରିବି ବୋଲି କହି ଯୁବ ଶାଖାର କାର୍ଯ୍ୟକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *