Spread the love

ଲୋକ ବିକାଶ NFI ବନ୍ଧୁତ୍ୱ ପ୍ରକଳ୍ପ ଅନ୍ତର୍ଗତ ସମ୍ବିଧାନ ଦିବସ ପାଳନ
ଢେଙ୍କାନାଳ ତା 26/11:-
ପବିତ୍ର ସମ୍ବିଧାନ ର 77 ବର୍ଷ ପୂର୍ତ୍ତି ଅବସରରେ ଭୋଳେଶ୍ୱର ଧଳ ହାଇସ୍କୁଲ, ଛଦେଶ ,ଭାପୁର ପରିସରରେ 120 ଜଣ ଛାତ୍ର ଛାତ୍ରୀ,,ଶିକ୍ଷକ ଶିକ୍ଷୟିତୀ ଙ୍କ ଗହଣରେ ଲୋକ ବିକାଶ ବନ୍ଧୁତ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I ବାବା ସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଲୋକ ବିକାଶ ଅନୁଷ୍ଠାନ ର ସମ୍ପାଦକ ସଫିକ ଭାଇ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ଭୋଇ ସଭାପତିତ୍ୱ କରିଥିଲେ I ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ କୁଇଜ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା ଓ ଏଥିରେ କୃତୀ ପିଲାମାନଙ୍କୁ ପୁରସ୍କାର ଦିଆଯାଇଥିଲା I କୃଷିଦI ବେଗମ ଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସକ୍ରୀୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ I କୁଇଜ଼ ରେ ଭାଗ ନେଇଥିବା ସମସ୍ତ ପଇ 50 ଜଣ ପିଲାଙ୍କୁ ପୁରସ୍କାର ଦିଆଯାଇଥିଲା I ଜିଲ୍ଲା ନ୍ୟାୟ ପ୍ରାଧିକରଣର ସମ୍ପାଦକ ବିଚାରପତି ଶୀଯୁକ୍ତ ଶୁଭାଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ସମ୍ବିଧାନ ପ୍ରଣେତା ଓ ସମ୍ବିଧାନ ର ମୁଖବନ୍ଧରେ ଥିବା ପ୍ରସ୍ତାବନା – ସାର୍ବଭୌମ, ସମାଜବାଦୀ , ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ,ସାଧାରଣତନ୍ତ୍ର ରାଷ୍ଟ୍ର ଉପରେ ଗଭୀର ଆଲୋକପାତ କରି ସାମାଜିକ, ଅର୍ଥନୈତିକ, ଓ ରାଜନୈତିକ ନ୍ୟାୟ ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାରେ ସ୍ୱାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମାନତା ଏବଂ ସେମାନଙ୍କ ମଧ୍ୟରେ ଜାତୀୟ ଏକତା ଓ ଅଖଣ୍ଡତା ସହିତ ବ୍ୟକ୍ତି ବିଶେଷ ର ମର୍ଯ୍ୟାଦା କୁ ନିଶ୍ଚିତ କରିବାକୁ ଭାତୃଭାବ ଉଦ୍ରେକ କରାଇବା ଉପରେ ଗଭୀର ତର୍ଜମା କରିଥିଲେ ତଥା ଉପସ୍ଥିତ ସମସ୍ତ ପ୍ରତିଭାଗୀ ମାନଙ୍କୁ ସଂବିଧାନ ର ଗୁରୁତ୍ୱ ଉପଲବ୍ଧି କରିବାପାଇଁ ଶପଥ ପାଠ କରାଇଥିଲେ I ପରିଶେଷରେ ସଫିକ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I କର୍ମୀ ଅନିତା ସାହୁ, ସଂଜୀଦା ବେଗମ ଓ ବିଧ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିବାରେ ସହଯୋଗ କରିଥିଲେ I ସଭାପତିଙ୍କ ଅଭିଭାଷଣ ପରେ ସଭାସାଙ୍ଗ କରାଯାଇଥିଲା

Leave a Reply

Your email address will not be published. Required fields are marked *