Spread the love

ଶାସକ ଥିଲେ ବିରୋଧି ହେଲେଜନସେବାରେ ଆଗ ଧାଡିରେ ମହେଶଭାଜପା କହିଲା ନିଜେ କରି ନ ପାରି ଆଜି ଦୋଷ ଲଦୁଛନ୍ତିସବୁ ଦୁର୍ନୀତି ପୂର୍ବ ସରକାରଙ୍କ ଆଗ ଧାଡ଼ି ନେତାଙ୍କ ର

ହିନ୍ଦୋଳ – ପ୍ରାକ୍ତନ ଢେ଼ଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଜନସେବାକୁ ନିଜର ଏକମାତ୍ର ବ୍ରତ ଭାବି ଶାସନ ସମୟରୁ ଆଜି ବିରୋଧି ଦଳରେ ରହି ମଧ୍ୟ ଜନସେବା କରିବା ପାଇଁ ସର୍ବଦା ଆଗ ଧାଡ଼ିରେ ରହି ଆସୁଥିବା କହୁଛନ୍ତି । ଜନହିତ ପାଇଁ ମାର୍ଚ୍ଚ ୬ ତାରିଖ ଗୁରୁବାର ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସେବା ବିଜେଡି କର୍ମୀଙ୍କ ଗହଣରେ କରିଛନ୍ତି ।ପ୍ରତିବାଦ ସଭାରେ ୫ମାର୍ଚ୍ଚ ବିଜୁ ଜୟନ୍ତୀ ପଞ୍ଚାୟତିରାଜ ଦିବସ ପାଳନକୁ ରଙ୍ଗ ବଦଳା ଭାଜପା ସରକାର ତାରିଖ ବଦଳାଇବାକୁ ଘୋର ନିନ୍ଦା କରିଥିଲେ ।ଓଡ଼ିଶାର ଗର୍ବ ଗୌରବକୁ ରଙ୍ଗ ବଦଳା ସରକାର ଅସମ୍ମାନ କରିବା ଓଡ଼ିଆଙ୍କ ପାଇଁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।ଭାଜପା ନିଜର ଦୟୀତ୍ୱାଠାରୁ ଦୂରେଇବା ପାଇଁ ଏଭଳି ହୀନ ଚକ୍ରାନ୍ତ ଲଜ୍ଜାଜନକ ।ଏଭଳି କରି ଜନସାଧାରଣଙ୍କ ସୁବିଧାଠାରୁ ଦୂରେଇ ଯାଉଛନ୍ତି ଶାସକ ।ଅଞ୍ଚଳରେ ପ୍ରତିଦିନ ହାତୀ ଜନିତ ମୃତ୍ୟୁ ବଢ଼ିଚାଲିଛି ,ଅଞ୍ଚଳରେ ପାଉଁଶ ପୋଖରୀ ନ ଥିବାରୁ ଲୋକମାନେ ଅଣନିଃଶ୍ବାସୀ ହେଵା ସହିତ ରୋଗାକ୍ରାନ୍ତ କଷ୍ଟ ଭୋଗୁଛନ୍ତି ।ପୂର୍ବ ସରକାରର ସମସ୍ତ ଢାଞ୍ଚା ପରିବର୍ତ୍ତନ କରିବାକୁ ଚାହିଁ ମଧ୍ୟ ପିସିକୁ ବଢେଇ ଲୋକମାନଙ୍କୁ ଦୁର୍ଦ୍ଦଶାରେ ପକାଇ ଚାଲିଛନ୍ତି ।ତେବେ ଏଭଳି ହିନ ଚକ୍ରାନ୍ତ କୁ ବିରୋଧ କରି ପ୍ରତିବାଦ କରିଛନ୍ତି ହିନ୍ଦୋଳ ବିଜେଡି ମଙ୍ଗ ଧରିଥିବା ଆଗ ଧାଡ଼ିର ନେତା ଶ୍ରୀଯୁକ୍ତ ସାହୁ ।ଏହାର ପ୍ରତି ଉତ୍ତରରେ ହିନ୍ଦୋଳ ଭାଜପା କର୍ମୀ କୁହନ୍ତି ସେ ବାବୁ ଶାସନରେ ଥିବା ବେଳେ ମୁଁହ ପାତି ସବୁ ଦୁର୍ନିତୀ କରିଛନ୍ତି ।ଏବେ ସେ ସବୁକୁ ଜାଣି ଥିବାରୁ ମନ ଖୋଲି ନିଜର ଦୁର୍ନୀତିକୁ ଭାଜପାକୁ ଲଦିବାକୁ ଚାଲିଛନ୍ତି ।ଯାହାକୁ ତାଙ୍କ ଦୁର୍ନୀତିର ଗୁମର ଖୋଲି ଦେଉଛି ।ଯଦି ପ୍ରାକ୍ତନ ସାଂସଦ ଏତେ କାଇବାକୁ ଚାହୁଁଥିଲେ ତେବେ କଲେନି କାହିଁକି ଯେ ଆଜି ନିଜ ଦୋଷ ଲୁଚାଇବାକୁ ପ୍ରତିବାଦ ଡ୍ରାମା କହୁଛନ୍ତି ।ତତ୍ ସହିତ ଭାଜପା ଯୁକ୍ତି କରିଛି ଯେ ବିଜେଡ଼ି ସମୟରେ ଜାଗାରେ କଲ୍ୟାଣ ମଣ୍ଡପ,ପାର୍କ,ରାସ୍ତା ଭଳି ଅନେକ ଦୁର୍ନୀତି କରି ଅଞ୍ଚଳର ଉନ୍ନତି ଅର୍ଥକୁ ହଡ଼ପ କରିଛନ୍ତି ।ଏଭଳି ଦୁର୍ନୀତି କରିଥିବାରୁ ଆଜିଯାଏ ତାକୁ ପଣତ କାନିରେ ଢାଙ୍କି ରଖିଛନ୍ତି ।ଆଜି ପାଦ ତଳୁ ମାଟି ଖସି ଯାଉଥିବାରୁ କାଉ କୋଇଲି ହେଉଛନ୍ତି ପୂର୍ବତନ ଛାମୁଆ କର୍ମୀ ।ଯେତେଟା ପାଇଁ ପ୍ରତିବାଦ କରୁଛନ୍ତି ସବୁ ସେଇମାନେ ତାଙ୍କ ସରକାର ସମୟରେ କରି ଆଜି ଭୁଆ ବୁଲାଉଛନ୍ତି ।ଆଉ ଲୋକମାନେ ସେଥିପାଇଁ ତାଙ୍କୁ ଦୂରେଇ ଦେଲେ ଜନ ସେବାରୁ ।

Leave a Reply

Your email address will not be published. Required fields are marked *