Spread the love

ଶିଶୁ ଦିବସ ପାଳନ

ବିଷୟ —— ରାଜକନିକା ବ୍ଳକ ଅନ୍ତର୍ଗତ ଚରପଡା ପଞ୍ଚାୟତର ବିଣାପାଣି ବିଦ୍ୟାମନ୍ଦୀର ଶିଶୁ ବିହାର ପରିସରରେ ପ୍ରତିବର୍ଷ ଭଳି ଏ ବର୍ଷ ଶିଶୁ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉସ୍ଥବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁଧିର କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ଶିକ୍ଷକ କରୁଣାକର ସାମଲ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ନିରଞ୍ଜନ ବେହେରା, ଅନିରୁଦ୍ଧ ବେଉରିଆ,ଶିବରାମ ଦାଶ, ବଟକୃଷ୍ଣ ପଣ୍ଡା,ସରପଞ ଜ୍ଞାନ ରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ଥିଲେ।ଉକ୍ତ ଉତ୍ସବରେ ସମ୍ବର୍ଦ୍ଧିତ ହୋଇଥିଲେ ସିଂହପୁର ଗ୍ରାମର ସମାଜସେବୀ ବସନ୍ତ କୁମାର ବେଉରିଆ। ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପକ ସୁରେଶ ଚନ୍ଦ୍ର ବିଶ୍ଵାଳ। ସମସ୍ତ କାର୍ଯ୍ୟକ୍ରମକୁ ଲୋତକ ବିନ୍ଦୁ ଦାସ ପରିଚାଳନା କରିଥିଲେ।ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗଦେଇଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *