Spread the love

ଶିଶୁ ସମାଜ ପତ୍ରିକା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ, ବିଭିନ୍ନ ସମ୍ମାନ ପ୍ରଦାନ

କୁଚିଣ୍ଡା:୨୧/୧୨: ଓଡ଼ିଶାର ଏକ ଅଗ୍ରଣୀ ଶିଶୁ ସମ୍ବାଦପତ୍ର ଶିଶୁ ସମାଜ ପକ୍ଷରୁ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏହି ଉପଲକ୍ଷେ ଶତାଧିକ ଶିଶୁ ପ୍ରତିଭା ଙ୍କ ସହ ସେମାନଙ୍କ ପିତା ମାତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

ପତ୍ରିକାର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରଣବିଡ଼ା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ମୁଖ୍ୟ ଅତିଥି ,ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଓ ଜିଲ୍ଲା ବି ଜେ ପି ର ସାଧାରଣ ସମ୍ପାଦକ ସୁଶୀଲ କୁମାର କର ,କ୍ରୀଷ୍ଣା କୁମାର ଦେଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୟନ ହୋଇ ଆସିଥିବା ବିଭିନ୍ନ ପ୍ରତିଭା ଙ୍କୁ କଳିଙ୍ଗ ବିଦ୍ୟା ରତ୍ନ ସମ୍ମାନ ସହ ଅନ୍ୟାନ୍ୟ ପ୍ରତିଭା ସମ୍ମାନ ରେ ସମ୍ମାନିତ କରିଥିଲେ ।ସେମାନେ ତାଙ୍କ ଭାଷଣ ରେ ମା ,ମାଟି ଓ ମାତୃଭାଷା କୁ ଭଲ ପାଇବା ପାଇଁ ଆହ୍ବାନ ଦେଇଥିଲେ ।ଅତିଥି ଗଣ ବିଭିନ୍ନ ଉଦାହରଣ ଦେଇ ଶିଶୁ ସମାଜ ଆଗାମୀ ଶୁନଗରିକ ହୋଇ ଦେଶ ଗଢ଼ିବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭରେ ପତ୍ରିକାର ପ୍ରତିଷ୍ଠିତ ଲିଙ୍ଗରାଜ ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସମ୍ପାଦିକା ବନିତା ପ ଧାନ ପ୍ରତିଭା ବିକାଶ ଅଭିଯାନ ର ବିବରଣୀ ପ୍ରଦାନ କରିଥିଲେ ।ଶେଷରେ ରାମଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସମ୍ବଲପୁର ରୁ ନରେନ୍ଦ୍ର ସାହୁ , ଜାଗ୍ରତ ଭାରତ ନି ଉ ଜ

Leave a Reply

Your email address will not be published. Required fields are marked *