Spread the love

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୬ ଆସନ ଓ ମହା ବିକାଶ ଅଘାଡିକୁ ୪୮ ଆସନ ମିଳିଛି। ସେ କହିଛନ୍ତି, ଏହି ଫଳାଫଳ ଅସ୍ବାଭାବିକ। ମୁଁ ଭାବୁନାହିଁ ଯେ ମୋ ମହାରାଷ୍ଟ୍ର ଏପରି କରିବ। କିଛି ଭୁଲ୍ ହୋଇଛି।

ଆମ ନାମ ଓ ଚିହ୍ନ ସମ୍ପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ। ଆମେ ଚିହ୍ନ ସଂପର୍କିତ ନିଷ୍ପତ୍ତିକୁ ଅପେକ୍ଷା କରୁଥିବାବେଳେ ଏହି ଫଳାଫଳ ଆସିଛି ବୋଲି ଉଦ୍ଧବ ଠାକରେ କହିଛନ୍ତି। ଲୋକମାନେ ଆମ ନିର୍ବାଚନୀ ରାଲିକୁ ଆସିଥିଲେ ହେଲେ ମୋଦିଙ୍କ ରାଲି ଖାଲିଥିଲା ।’କେଉଁ ଆଧାରରେ ଏଭଳି ଫଳାଫଳ ଆସିଛି, ମୁଁ ଜାଣେ ନାହିଁ । କିନ୍ତୁ ଆମକୁ ଚିନ୍ତା କରିବାକୁ ପଡିବ । କିଛି ଲୋକ ଇଭିଏମର ବିଜୟ କଥା କହୁଛନ୍ତି। ଆମେ ବର୍ତ୍ତମାନ ଅଧିକ କିଛି କହିପାରିବୁ ନାହିଁ, କିନ୍ତୁ ଯଦି ଜନସାଧାରଣ ଏହି ନିଷ୍ପତ୍ତିକୁ ଗ୍ରହଣ କରନ୍ତି, ତେବେ ଆମେ ଏହାକୁ ଗ୍ରହଣ କରିବୁ ବୋଲି ଉଦ୍ଧବ ଠାକରେ କହିଛନ୍ତି।

Leave a Reply

Your email address will not be published. Required fields are marked *