Spread the love

ଶ୍ରାବଣରେ ଧବଳେଶ୍ୱରଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଜଳାଭିଷେକ ପରେ ଦିଲ୍ଲୀ ଫେରିବେ

ବ୍ରହ୍ମପୁର, ୫ ଅଗଷ୍ଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ ଏବଂ ବ୍ରହ୍ମପୁର କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ। ଗତରାତିରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଥିଲେ।

ଆଜି ବ୍ରାହ୍ମ ମୁହୂର୍ତ୍ତରେ ରାଷ୍ଟ୍ରପତି ବ୍ରହ୍ମପୁର ରେ ପହଞ୍ଚି ମହାଦେବଙ୍କ ଦର୍ଶନ କରିବା ସହ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ। ପବିତ୍ର ଶ୍ରାବଣ ମାସ ଅବସରରେ ସେ ଭଗବାନ ଶିବଙ୍କ ନିକଟରେ ଜଳାଭିଷେକ ଓ ପୁଷ୍ପାଭିଷେକ କରି ଦେଶର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।

ପୂଜା ସମାପ୍ତ ପରେ ରାଷ୍ଟ୍ରପତି ସକାଳ ଜଳଖିଆ ଗ୍ରହଣ କରି ବ୍ରହ୍ମପୁର ରେଳ ଷ୍ଟେସନକୁ ଯିବେ। ସେଠାରୁ ସ୍ୱତନ୍ତ୍ର ଟ୍ରେନ୍‌ରେ ଭୁବନେଶ୍ୱର ଯାତ୍ରା କରିବେ। ଭୁବନେଶ୍ୱରରୁ ସେ ସିଧାସଳଖ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ବ୍ରହ୍ମପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ପରିସରରେ ମଧ୍ୟ ସମସ୍ତ ବ୍ୟବସ୍ଥା ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *