Spread the love

ଶ୍ରାବଣର ଚତୁର୍ଥ ସୋମବାର ରେ ଚନ୍ଦନେଶ୍ୱରଙ୍କ ଠାରେ ଜଳାଭିଷେକ

ଯାଜପୁର_ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଚନ୍ଦନେଶ୍ୱରଙ୍କ ପୀଠରେ ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଅବସରରେ ପ୍ରଥମେ ସ୍ବର୍ଯ୍ୟ ପୁଜା,ବୃକ୍ଷଭ ପୁଜା, ପାର୍ଶ୍ଵଦେବତା ପୁଜା, ମଣ୍ତଳ ହୋମଧିପୁଜା , ଅନୁଷ୍ଠିତ ହୋଇଯାଇଛି।ଶ୍ରଦ୍ଧାରସହ ଶହ ଶହ ମହିଳା, ପୁରୁଷ ଖରସ୍ରୋତା ନଦୀକୁ ଏକ ଶୋଭାଯାତ୍ରାରେ ଯାଇ ଖରସ୍ରୋତା ନଦୀ ରୁ ପାଣି ଆଣି ଚନ୍ଦନେଶ୍ୱର ମହାଦେବଙ୍କ ଠାରେ ଶ୍ରଦ୍ଧାର ସହ ଜଳାଭିଷେକ କରିଥିଲେ।ହରହର ମହାଦେବଙ୍କ ଧ୍ୱନି ରେ ଚନ୍ଦନେଶ୍ୱର ପିଠ ପ୍ରକମ୍ପିତ ହୋଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ମହେଶ୍ଵର ନନ୍ଦ, ଚନ୍ଦନେଶ୍ୱରଙ୍କ ପୀଠର ପୁଜକ ରବିନ୍ଦ୍ର ପତି, ପରମାନନ୍ଦ ପତି ପ୍ରମୁଖ ପୁଜା କାର୍ଯ୍ୟ ସମାପନ କରିଥିଲେ।କର୍ତ୍ତା ଭାବରେ ନିରଞନ ବେଉରିଆ,ତାଙ୍କ ସହଧର୍ମିଣୀ ଗିତାଞ୍ଜଳୀ ବେଉରିଆ ସେମାନଙ୍କ କାର୍ଯ୍ୟ ସମାପନ କରିଥିଲେ।ବସନ୍ତ ବେଉରିଆ, ନରୋତ୍ତମ ନାୟକ,ନୀଳ ପଢିଆରି,ଧିପତି ବେଉରିଆ,ପ୍ରଶାନ୍ତ ସାମଲ ପ୍ରମୁଖ ସହଯୋଗ କରିଥିଲେ। ଭକ୍ତମାନେ ଚନ୍ଦନେଶ୍ୱରଙ୍କ ଦର୍ଶନ କରିବା ସହ ପୁଜା କରିଥିଲେ।ସମଗ୍ର ଅଞ୍ଚଳ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା

Leave a Reply

Your email address will not be published. Required fields are marked *