Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶ୍ରୀ ଶ୍ରୀ ଦକ୍ଷ ପ୍ରଜାପତି ଙ୍କ ଅଷ୍ଟଧାତୁ ଚୋରି ଘଟଣା ର ତଦନ୍ତ ରେ ଶିଥିଳତା କୁ ନେଇ ଚିଲିକା ପ୍ରେସ କ୍ଲବ ତରଫରୁ ବାଣପୁର ତହସିଲଦାର ଓ ବାଣପୁର ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ


ଜେ. ବି. ଏନ, ୩୦/୧୨/୨୦୨୦, (ରିପୋର୍ଟ, ରଂଜିତ କୁମାର ସାହୁ ), ଖୋର୍ଦ୍ଧା/ବାଣପୁର :ଗତ 21/12/20ତାରିଖ ରାତିରେ ବାଣପୁର ଐତିହ୍ୟ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦକ୍ଷ ପ୍ରଜାପତି ଙ୍କ ଅଷ୍ଟଧାତୁ ମୃତ୍ତି ଚୋରି ଘଟଣା କୁ 10ଦିନରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ କୁ କୌଣସି ସୁଫଳ ମିଳିନାହିଁ. ଯାହାକୁ ନେଇ ଭକ୍ତ ଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ଏବଂ ଠାକୁର ଙ୍କ ରକ୍ଷଣବେକ୍ଷଣ ରେ ଅବହେଳା ଯୋଗୁଁ ଏ ଭଳି ଘଟଣା ଘଟିଛି ବୋଲି ସାଧାରଣ ରେ ଚର୍ଚ୍ଚା ହୋଉଛି.ଏ ତଦନ୍ତ ଶିଥିଳତା ଥିବାରୁ ଆଜି ଚିଲିକା ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ମାନେ ମିଳିତ ଭାବେ ସଭାପତି ଶ୍ରୀ ପ୍ରକାଶ ପ୍ରଧାନ ଙ୍କ ନେତୃତ୍ୱ ରେ ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା ଓ ବାଣପୁର ଥାନା ଅଧିକାରୀ ଶ୍ରୀ ସଞ୍ଜୟ ପଟ୍ଟନାୟକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ|