Spread the love

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ରାଜାଭିଷେକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ

ଜଗତସିଂହପୁର ,ତା୧୫/୦୧/୨୫: ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସ୍ଥିତ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ରାଜାଭିଷେକ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଏହି ଉଛବ ରେ ଠାକୁର ରାଜା ଭାବେ ଜ଼ିଲ୍ଲାପାଳ ଶ୍ରୀ ଜେ ସୋନାଲ ଏବଂ ଜ଼ିଲ୍ଲାପାଳ ଙ୍କ ସହଧର୍ମିଣୀ, ମନ୍ତ୍ରୀ ପାରିଷଦ ଭାବେ ଏସ ପି ଭବାନୀ ଶଙ୍କର ଉଦଗାତା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ତହସିଲଦାର,ଜଗତସିଂହପୁର, ଶ୍ରୀ ତାରିଣୀ ରଞ୍ଜନ ରାୟ ପୌର ପରିଷଦ ନିର୍ବାହୀ ଅଧିକାରୀ ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ଜ଼ିଲ୍ଲା ସଂସ୍କୃତି ଅଧିକାରୀ, ଜ଼ିଲ୍ଲା ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ, ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ, , ଜଗତସିଂହପୁର ପୌରପରିଷଦ ନିର୍ବାହୀ ଅଧିକାରୀ, ପ୍ରମୁଖ ଯୋଗଦେଇଥିଲେ |ବଡ଼ ଦାଣ୍ଡରୁ ଶତାଧିକ ସେବାୟତ, ମହିଳା ସ୍ୱୟଂ ସହାୟକ ଦଳ ର କର୍ମୀ ଠାକୁର ରାଜା ଓ ସମସ୍ତ ପରିଷଦ ଗଣ ଙ୍କୁ ଏକ ସଂକୀର୍ତନ ଶୋଭାଯାତ୍ରା ରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର କୁ ପାଛୋଟି ନେଇ ବେଢା ପରିକ୍ରମା କରାଇବା ସହିତ ଶ୍ରୀଜିୟୁ ମାନଙ୍କୁ ଦର୍ଶନ କରାଇଥିଲେ | ଏହା ପରେ ନାଟ ମଣ୍ଡପ ଠାରେ ରାଜାଭିଷେକ ଉଛବ ଅନୁଷ୍ଠିତ ହୋଇଥିଲା |ମନ୍ଦିର ପୁରୋଧା ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ ଶର୍ମା ରୀତିନୀତି ମୁତାବକ ପୂଜାପାଠ କରିସାରିବା ପରେ ଅଞ୍ଚଳବାସୀଙ୍କୁ ପକ୍ଷରୁ ଠାକୁର ରାଜା ଜ଼ିଲ୍ଲାପାଳ ଙ୍କୁ ଠୁକୁର ଙ୍କ ମୁଖ୍ୟ ପୂଜକ ଅରୁଣ କୁମାର ପଣ୍ଡା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |ସେଠାରେ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ସାମ୍ବାଦିକ ମାନଙ୍କୁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପୁଷ୍ପମାଲ୍ୟ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଏହା ପରେ ରାଜ ଦରବାର ଅନୁଷ୍ଠିତ ହୋଇଥିଲା ଅଂଚଳବାସୀ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଠାକୁର ରାଜା ଙ୍କୁ ଅଭିଯୋଗ କରିଥିଲେ | ଜନସାଧାରଣ ଙ୍କ ସମସ୍ୟା ତୁରନ୍ତ ସମାଧାନ ନିମନ୍ତେ ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ ଙ୍କୁ ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ ସଂଯୋଜନା କରିଥିବା ବେଳେ ପରିଚାଳନା ଟ୍ରଷ୍ଟ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନାରାୟଣ ଦାସ, ସୁରପ୍ରସାଦ ନାୟକ, ସାରଦା ବେହେରା, କୋଷାଧକ୍ଷ ଅଭୟ କୁମାର ଦାଶ, ତରଙ୍ଗ ସେନ ପରିଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ,ସମିତି ସଭ୍ୟା ମୌସୁମୀ ବାରିକ,କୃଷ୍ଣ ଚନ୍ଦ୍ର ଦାସ ପଙ୍କଜ ପ୍ରୀତି ପରିଡା, ସୁବାଷ ରାଉତ, ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *