Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶ୍ରୀ ଶ୍ରୀ ହରିବଂଶ ପାରାୟଣ ମହାଯଜ୍ଞ ସପ୍ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ 

 

ଜେ. ବି. ଏନ୍ (୧୯/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଚାନ୍ଦ ମାରି ସାହି ସ୍ଥିତ ହରିବଂଶ ପାରାୟଣ ମହାଯଜ୍ଞ ସପ୍ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳନ କରାଯାଇଛି ।ଏହି ପାରାୟଣ ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇ ସାତ ଦିନ ଧରି ଚାଲିବ। ଆଜି ପ୍ରାତଃ ସମୟରୁ କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇଛି। ସୂର୍ଯ୍ୟ ପୂଜା, ଘଟ ପୂଜା, ମଣ୍ଡଳ ପୂଜା, ଅଗ୍ନି ସ୍ଥାପନ ହରିବଂଶ ପଠନ ସାତ ଦିନ ଧରି ଚାଲିବ। ପ୍ରାତଃ ଫଳ ଭୋଗ ମଧ୍ୟାହ୍ନରେ ଅର୍ଣ୍ଣ ଭୋଗ ସନ୍ଧ୍ୟାରେ ଆଳତି କରାଯାଏ। ଏହି ପୂଜା ଟି ବଡ ଧୁମ୍ ଧାମ୍ ରେ ପାଳନ କରାଯାଇଛି। ହେମନ୍ତ ଦାସ, ଅଶୋକ ମିଶ୍ରଙ୍କ ଦ୍ଵାରା ପୂଜା ଅର୍ଚନା କରାଯାଉଅଛି। ଏହି ପୂଜାରେ କର୍ତ୍ତା ରଞ୍ଜନ କୁମାର ବେହେରା, ସଙ୍ଗୀତା ବେହେରା ଶୈଳ ବାଳା କୁଅଁର ବଲ୍ଲି ପ୍ରଧାନ, ଅମିୟ ବେହେରା, ନୟନ ବେହେରା, ସ୍ନେହଲତା ବିଶ୍ଵାଳ, ସତ୍ୟଭାମା ସ୍ଵାଇଁ, ନାରାୟଣ ବେହେରା,ସନ୍ତୋଷିନି ପଣ୍ଡା, ମାଳତୀ ବେହେରା, ସମସ୍ତେ ମିଶି ପୂଜା ଟି କୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରୁଛନ୍ତି।