Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ୍ୟୁ ! 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର :-(୧୬. ୦୩. ୨୦୨୧) -: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ନିତ୍ୟାନନ୍ଦପଲ୍ଲୀ କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଚ୍ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଯେ ଗତକାଲି ରାତିରେ ଟୁଟୁ ନାୟକଙ୍କ ଘରକୁ କେ. ଆର ଲଛିପୁର ଗ୍ରାମର ଜଣେ ଯୁବକ ଜିତୁ ଓ ତାର ୮ ରୁ ୧୦ ଜଣ ସାଙ୍ଗ ମିଶି ଟୁଟୁ ସମେତ ତାର ସ୍ତ୍ରୀ ରାଜଶ୍ରୀ ନାୟକଙ୍କୁ ମାଡ଼ ମାରି ଆସିଥିଲେ ବୋଲି ଟୁଟୁ ଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଆଜି ସକାଳୁ ସମସ୍ତେ ମିଶି ଟୁଟୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ କାରଣ ବା କେଉଁ ଶତ୍ରୁତାକୁ ନେଇ ଏତେ ବଡ଼ କାଣ୍ଡ ଘଟିଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ କୋଦଳା ଥାନା ଆଇଆଇସି ଦେବାଶିଷ ମହାନ୍ତି ସମେତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଦେହ ପଡିରହିଛି।ମୃତ ଟୁଟୁ ନାୟକ ର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ରହିଛି ।