Spread the love

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଦୁଇଜଣ ଗୁରୁତର ଆହତ।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ନିକଟବର୍ତ୍ତୀ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଖଇରପାଳ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେମୃତ ଓ ଦୁଇଜଣ ଗୁରୁତର ଆହତ। ଝାଡ଼ଖଣ୍ଡ ରାଜ୍ୟ ମଝିଗାଁ ଥାନା ଅନ୍ତର୍ଗତ ଖଇରପାଳ ଗ୍ରାମର ସୁନିତା ସିଂଙ୍କୁ ଓ ତାଙ୍କ ସ୍ବାମୀ ଲଖନ ସିଂଙ୍କୁ ଚାଲି ଚାଲି ଯାଉଥିବା ବେଳେ ପଛରୁ ଧକ୍କା ଦେଲା ବାଇକ୍ । ବାଇକ୍ ରେ ସବାର ଦୁଇଜଣ ଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହେଇଛନ୍ତି। ମୃତକର ପରିଚୟ ଜଣାପଡିନାହିଁ। ବାଇକ୍ ରେ ଥିବା ଗମ୍ଭାରିଆ ଗାଁ ର ଅମର ଦୁବାଇ ଓ ସୁନିଲା ସିଂଙ୍କୁ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସୁନିଲା ଓ ଅମରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା। ତେବେ ଖବର ପାଇ ମଝିଗାଁ ପୋଲିସ ଚମ୍ପୁଆ ଡାକ୍ତର ଖାନା ରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *