Spread the love

ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍‌ ସରବରାହ ବନ୍ଦ

କନ୍ଧମାଳ, ତା, ୨୩/୧୦:(ସୁଶୀଳ କୁମାର ପାଣିଗ୍ରାହୀ): ୧୩୨ କେଭି ଭଞ୍ଜନଗର – ଫୁଲବାଣୀ OPTCL ବିଦ୍ୟୁତ୍‌ ଲାଇନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା ଶନିବାର, ଅକ୍ଟୋବର ୨୪ ତାରିଖରେ ସମଗ୍ର କନ୍ଧମାଳ ଜିଲ୍ଲାରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ। ଏହି ଦିନ ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ରହିବାକୁ ଥିବାରୁ ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରି ରଖିବାକୁ ପଡ଼ିବ। ବିଦ୍ୟୁତ୍‌ ଲାଇନ୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏହି ବିଦ୍ୟୁତ୍‌ କାଟ୍‌ କରାଯାଉଥିବା ବିଷୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *