Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସମାଜସେବୀ ତଥା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ସଭାପତି ହରିହର ସ୍ୱାଇଁଙ୍କ ଦେହାନ୍ତ 

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୧୭.୧୨.୨୦୨୦)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଶାଳବଣ ଗ୍ରାମର ସମାଜସେବୀ, କଂଗ୍ରେସ ସଂଗଠକ, କାଳୀଂଜି ଓଡ଼ିଆ କୁଳର ବରିଷ୍ଠ ସଦସ୍ୟ ତଥା ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଶ୍ରୀ ହରିହର ସ୍ୱାଇଁ ଆଜି ମଧ୍ୟାହ୍ନ ୧୨.୧୫ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା | ସେ ୧୯୩୨ ମସିହାରେ ଶାଳବଣ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ଦୀର୍ଘ ଦିନ ହେବ ଖଲ୍ଲିକୋଟ ସ୍ଥିତ ତାଙ୍କ ପୁଅ ତଥା ବରିଷ୍ଠ ଆଇନଜୀବୀ ଚକ୍ରପାଣି ସ୍ୱାଇଁଙ୍କ ଘରେ ରହୁଥିବା ବେଳେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ଭାବେ ଅଧିଷ୍ଠିତ ଥିଲେ | ଆଜି ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ | ତାଙ୍କ ମର ଶରୀରକୁ ଖଲ୍ଲିକୋଟରୁ ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ନିଜ ଗ୍ରାମ ଶାଳବଣ ଠାରେ ଅନ୍ତିମ ସଂସ୍କାର କରାଯାଇଛି |ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି |