Spread the love

ସମାଜ ସେବି ଓ ସାମ୍ବାଦିକ ସରୋଜ ଙ୍କୁ ସମ୍ବର୍ଦ୍ଧିତ

ଯାଜପୁର – ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ଯୁବ ସାମ୍ବାଦିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁଜ ଓଡ଼ିଶାର ପ୍ରତିଷ୍ଠାତା ସଂପାଦକ ସରୋଜ କୁମାର ସାହୁଙ୍କୁ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଳକ ଅନ୍ତର୍ଗତ ନମୈଜା ଠାରେ ଥିବା ନିଗମାନନ୍ଦ ସାରସ୍ବତ ଆଶ୍ରମ ପରିସରରେ ବସନ୍ତ ନିଳୟ ସାହିତ୍ୟ ସଂସଦ ର। ଦ୍ୱିତୀୟ ବାର୍ଷିକ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ଵର ନନ୍ଦ, ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱର ର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଚକ୍ରଧର ଦାଶ,ବସନ୍ତନିଳୟର ସଂପାଦକ ଗୋବିନ୍ଦ ଚନ୍ଦ୍ର ନନ୍ଦ, ଓଡ଼ିଶାର ବରିଷ୍ଠ ଇଞ୍ଜିନିୟର, ସମାଜସେବୀ, ଇଞ୍ଜିନିୟର ନିଳାଦ୍ରୀ ଭୂଷଣ ମହାପାତ୍ର, ପ୍ରାକ୍ତନ କୃଷି ଉପନିର୍ଦ୍ଦେଶକ ଧରଣୀଧର ପାତ୍ର,କବି ଧନେଶ୍ୱର ରାଉତଙ୍କ ଉପସ୍ଥିତିରେ ସାମ୍ବାଦିକ ସରୋଜ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେ ପୃର୍ବରୁ ବହୁ ଅନୁଷ୍ଠାନଙ୍କ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।ସେ ସବୁଜ ଓଡ଼ିଶା ମାଧ୍ୟମରେ ବହୁ ଗରିବ ଲୋକଙ୍କୁ ଜିଲ୍ଲପାଳ, ମୁଖ୍ୟମନ୍ତ୍ରୀ ଫଣ୍ଡ୍ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପାଖକୁ ଲୋକଙ୍କୁ ନେଇ ସାହାଯ୍ୟ ଏବଂ ସହଯୋଗ ର ହାତ ବଢ଼ାଇ ଛନ୍ତି ।

Leave a Reply

Your email address will not be published. Required fields are marked *