ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସ୍ଥାପନା ଦିବସ ପାଳିତ
କୁଚିଣ୍ଡା, ୨୮/୧୧ ( ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ କୁଣ୍ଡେଶ୍ୱର ବାବା ହଲଠାରେ ଲୋକ ଜନଶକ୍ତି ପାର୍ଟି – LJP (ରାମବିଳାସ ପାଶୱାନ)ର ସ୍ଥାପନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶରତ ଚନ୍ଦ୍ର ରନବିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳର ଆଦର୍ଶ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ହରମହନ ପଟେଲ, ଜିଲ୍ଲା ସମ୍ପାଦକ (ସେକ୍ରେଟାରୀ) ସୁଗେନ୍ଦ୍ର ବାଘ ଏବଂ ମହିଳା ସେଲ୍ ସଭାପତି ନଳିନୀ ସେନାପତି ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ନାଏକ, ଏନଏସି (NAC) ଅଧ୍ୟକ୍ଷ ସଞ୍ଜୟ କୁମାର ଦଳେଇ, ଜମନକିରା ବ୍ଲକ ସଭାପତି ନରେନ୍ଦ୍ର ସାହୁ ଏବଂ ବାମରା ବ୍ଲକର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯିବା ସହ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ କିପରି ଅଧିକ ସୁଦୃଢ଼ ଓ କ୍ରିୟାଶୀଳ କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା। ଏହି ଅବସରରେ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବଳଦେବ ଜୟପୁରିଆଙ୍କ ସମେତ ବହୁ ନୂତନ କର୍ମକର୍ତ୍ତା ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
