*ସରକାରୀ ହାଇସ୍କୁଲ ବଡ଼ମାଳରେ ବିଦ୍ୟାଳୟସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ୍ ପ୍ରତିଯୋଗିତା*
ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ମାଳରେ “ଜାତୀୟ ଶକ୍ତି ସଂରକ୍ଷଣ ଦିବସ-୨୦୨୬” ପାଳନ ଉପଲକ୍ଷେ ଏକ ବିଦ୍ୟାଳୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଶକ୍ତି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶକ୍ତିର ସଦବ୍ଯବହାର ସଂମ୍ପର୍କରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଶକ୍ତି କ୍ଲବ ଶିକ୍ଷୟିତ୍ରୀ ସୁଧାରାଣୀ ପ୍ରଧାନ ପରିଚାଳନା କରିଥିବାବେଳେ ଶିକ୍ଷକ ଆଶିଷ କୁମାର ବିଶି,ଅଗସ୍ତି ପ୍ରଧାନ,ଶିକ୍ଷୟିତ୍ରୀ ଅଞ୍ଜଳି ଗଣିତ,ଜ୍ୟୋତିର୍ମୟୀ ସାହୁ,ସଂଯୁକ୍ତା ପ୍ରଧାନ,ଅର୍ଚ୍ଚନା ପ୍ରଧାନ,ଶୀଲା ଭୋଇ ଓ ମମତା ପଣ୍ଡାଙ୍କ ସମେତ ବିଦ୍ୟାଳୟର ଶକ୍ତି କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଉତ୍ତର ଖାତା ମୂଲ୍ୟାୟନ କରିବା ପରେ ସର୍ବାଧିକ ନମ୍ବର ହାସଲ କରିଥିବା ଦଶ ଜଣ କୃତୀ ପ୍ରତିଯୋଗୀଙ୍କ ଏକ ତାଲିକା ପ୍ରକାଶ ପାଇଥିଲା।

