( ସରପଞ୍ଚ ଙ୍କୁ ଜାତିଗତ ଆକ୍ଷେପ ଓ ଗାଳିଗୁଲଜ ପ୍ରତିବାଦ ରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା ମାନଙ୍କ ପକ୍ଷରୁ ପ୍ରତିବାଦ ସଭା )
ଜଗତସିଂହପୁର
ତା =16/11/24
ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ଚାରି ନମ୍ବର ୱାର୍ଡ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦ୍ୱାରା ରାସ୍ତା ଓ କଲଭଟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେହି ୱାର୍ଡ ର କେତେକ ଅସାମାଜିକ ବ୍ୟକ୍ତି ରାଜନୈତିକ ଆକ୍ରସ ରଖି ଉନ୍ନୟନ କାର୍ଯ୍ୟକୁ ସମ୍ପୂର୍ଣ ବନ୍ଦ କରିଥିଲେ | ଘଟଣା ସ୍ଥଳରେ ପୋଲିସ ଏବଂ ସରପଞ୍ଚ ମେନକା ଦାସ ଉପସ୍ଥିତ ରହି ଉଭୟ ପକ୍ଷ ଙ୍କୁ ବୁଝାସୁଝା କରିବା ସମୟରେ କେତେକ ଖଳ ପ୍ରକୁତିର ଲୋକ ସରପଞ୍ଚ ଙ୍କୁ ଜାତିଆନା ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ | ଏ ସମ୍ପର୍କ ରେ ସରପଞ୍ଚ ଜଗତସିଂହପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ |ହେଲେ ଜଗତସିଂହପୁର ପୋଲିସ ଅଭିଯୁକ୍ତ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଟାଳ ଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦ ରେ ପଳାଶୋଳ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମିଳିତ ଭାବେ ପ୍ରତିବାଦ କରିବା ସହିତ ଅଭିଯୁକ୍ତ ଅରୁଣ କୁମାର ମହାପାତ୍ର, ସୋମ୍ୟ ରଞ୍ଜନ ସାହୁ, ସ୍ଵର୍ଣଲତା ସାହୁ, ସୁବାଶିଷ ଦାସ ପ୍ରମୁଖ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
Oplus_0 