Spread the love

ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଥମିକ – ୧ରେ ମାତୃ ସମ୍ମିଳନୀ ପାଳିତ

ନାଲକୋନଗର:

ବଅଁରପାଳ ବ୍ଲକ ନାଲକୋ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ପ୍ରାଥମିକ – ୧ବିଭାଗର ଶିଶୁ ବାଟିକାର ମା ମାନଙ୍କୁ ନେଇ ଏକ ମାତୃ ସମ୍ମିଳନୀ ପାଳିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ନମିତା ବେହେରା ବିଦ୍ୟା ଭାରତୀ ଶିକ୍ଷା ବ୍ୟବସ୍ଥାରେ ଶିଶୁମାନଙ୍କୁ ଗଢି ତୋଳିବାରେ ସେମାନଙ୍କ ଭୁମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।ଡଃ ସୁଧାକର ପାଲ ମହୋଦୟ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସହ ମା’ମାନଙ୍କର ଅନେକ ପ୍ରଶ୍ଵର ଉତ୍ତର ଦେଇଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବିଶ୍ଵଜିତ ତ୍ରୀପାଠୀ ବିଦ୍ୟାଳୟରେ ଶିଶୁ ବାଟିକାର ଗୁରୁତ୍ଵ ତଥା ଦେଶ ଗଢିବାରେ ମା’ ମାନଙ୍କ ଭୁମିକା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମନସ୍ତତ୍ବବିତର ଅଧ୍ୟାପିକା ଶ୍ରୀମତୀ କଲ୍ୟାଣୀ ମହାନ୍ତି ଯୋଗଦେଇ ଶିଶୁର ମନସ୍ତତ୍ବ ଓ ସେଥିରେ ମା’ ର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମା’ ମାନେ ଯୋଗଦେଇ ଶିଶୁ ବାଟିକାରେ ପ୍ରଦର୍ଶନୀ, ସ୍ଵଦେଶୀ ବିଦେଶୀ ପ୍ରଦର୍ଶନୀ, ମା’ ମାନଙ୍କର ନୃତ୍ୟ, ଶିଶୁମାନଙ୍କର ନୃତ୍ୟ ଦେଖିବା ସହ ଗୀତ, ରଙ୍ଗୋଲି,ଓ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗତରେ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ।ମା’ମାନଙ୍କର ସଭାପତିତ୍ଵରେ ଶ୍ରୀମତୀ ବିଦ୍ୟାଭାରତୀ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସଂଯୁକ୍ତା ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜି ଗୁରୁମାଙ୍କର ଅକ୍ଳାନ୍ତ ପରିଶ୍ରମରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ପ୍ରାଥମିକ-୧ ବିଭାଗ ପ୍ରମୁଖ ସମସ୍ତକୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *