ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ‘ନମାମି ଭାରତମ୍’ କାର୍ଯ୍ୟକ୍ରମ
ତାଳଚେର,୨୭/୦୯ ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ନମାମି ଭାରତମ୍’ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନଙ୍କ ଯୋଜନା ଅନୁଯାୟୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଦିବାକର ବାରିକ, ସମ୍ମାନୀତ ଅତିଥି ଭାବରେ ମା ହିଙ୍ଗୁଳା ପାଠାଗାରର ସଭାପତି ହାଡ଼ିବନ୍ଧୁ ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ପଂଚାନନ ବେହେରା ଓ ମୁଖ୍ୟ ବକ୍ତା ଭାବରେ ଆଚାର୍ଯ୍ୟ ମଳୟ ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ନମାମି ଭାରତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ବାରିକ ଭାରତମାତାଙ୍କ ଜୟଗାନ କରିବା ସହ ବନ୍ଦେ ମାତରଂ ୧୫୦ତମ ପର୍ତି ଅବସରରେ ସ୍ୱାଧୀନତା ସଂଗ୍ରାମରେ ଏହି ଦେଶଭକ୍ତି ଗୀତର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତ ଗୁରୁଜୀ,ଗୁରୁମା, ଅଭିଭାବକ,ଅଭିଭାବିକା ଓ ପରିଚାଳନା ସମିତିର କାର୍ଯ୍ୟକର୍ତାମାନେ ସାମୁହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରିଥିଲେ ।
