Spread the love

ସର୍ବ ଭାରତୀୟ ଜୁନିଅର କିକ୍ ବକ୍ସିଂ ପ୍ରତିଯୋଗୀତା ରେ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନର ୫ ଖେଳାଳୀ

ହିମାଞ୍ଚଳ ର ସୋଲାନ୍ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ଜୁନିଅର କିକ ବକ୍ସିଂ ପ୍ରତିଯୋଗୀତା ଚଳିତ ମାସ ୨୨ ରୁ ୨୬ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାପାଇଁ ଢେ଼ଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସେ।ସିଏସନ୍ ର ବାଳକ ବିଭାଗରେ ୨ଜଣ ଓମ୍ ପ୍ରସାଦ ଭଞ୍ଜ, ଶୁଭଙ୍କର ନାୟକ ଏବଂ ବାଳିକା ବିଭାଗ ରେ ୩ ଜଣ ରୋଜାଲିନ ସ୍ୱାଇଁ, ଗାୟତ୍ରୀ ପଟ୍ଟନାୟକ, ମମତା ଭୋଇ ଏବଂ ମିହିର କୁମାର ସାହୁ ଟିମ କୋଚ ଭାବେ ଭାଗ ନେବେ। ଏହିମନେ ଅନୁଗୋଳ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ହୋଇ ଚୟନ ହୋଇଚନ୍ତି । ଉକ୍ତ ପ୍ରତିଯୋଗୀତା ରେ ଭାଗ ନେବାପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କ୍ରୀଡା ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ବହନ କରାଯାଇଚି। ଏହି ଚାମ୍ପିଅନସିପ ପାଇଁ ଦଳର ଖେଳାଳୀ ମାନେ କଠିନ ପରିଶ୍ରମ କରିଛନ୍ତି, ତେଣୁ ପ୍ରତିଥର ପରି ଏଥର ମଧ୍ୟ ଖେଳାଳୀ ମାନେ ଉଚ୍ଚମାନର ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ। ଏହି ଖେଳାଳୀ ମାନେ ଶନିବାର ଦିନ ହିମାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଅବସର ରେ ଢ଼େଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସେ।ସିଏସନ୍ ର ସମସ୍ତ ସଦସ୍ୟ, କୋଚ ଏବଂ ସିନିୟର୍ ଖେଳାଳୀ ମାନେ ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *