Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସାଙ୍କୁଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଫିସର ଙ୍କ ଚାଲିଛି ଦାଦାଗିରି ! ବାଦ୍ ପଡିଲେନୀ ସରପଞ୍ଚ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୦.୦୩.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସାଙ୍କୁଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା କାର୍ଯ୍ୟାଳୟ ରେ ବ୍ୟାଙ୍କ୍ କର୍ମଚାରୀ ଙ୍କ ଚାଲିଛି ମେରୀରାୟ ନୀତି ।ଏ ନେଇ ଅଭିଯୋଗ ଆଣିଛନ୍ତି କୁମ୍ଭାରଗାଁ ପଞ୍ଚାୟତ କ଼ୁମାରୀପାରି ଗ୍ରାମ ର ଜଣାଶୁଣା ଯୁବ ନେତା ତଥା ଵର୍ତମାନ ଉପନିର୍ବାଚନ ରେ ନିର୍ବାଚିତ ସରପଞ୍ଚ ସତୀଶ ରଞ୍ଜନ ତାରେଣୀ ଓରଫ ଅଶୋକ । ସେ ଏକ କରେଣ୍ଟ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲିବା ପାଇଁ ବ୍ୟାଙ୍କ୍ କୁ ବହୁ ବାର ଯିବା ସହ ଫୋନ୍ ମଧ୍ଯ କରିଥିଲେ ଶାଖା ପରିଚାଳକ ଙ୍କ ପାଖକୁ , କିନ୍ତୁ ଖାତା ଖୋଲିବା ରେ ବିଳମ୍ବକୁ ନେଇ ସୋମବାର ଦିନ ସେ ଶାଖା କାର୍ଯ୍ୟାଳୟ କୁ ଯାଇଥିଲେ ହଟାତ୍ କଥା ବାର୍ତ୍ତା ଭିତରେ ଶାଖା ପରିଚାଳକ ସହ ଅନ୍ୟ କର୍ମଚାରୀ ମାନେ ସତୀଶ ରଞ୍ଜନ ଙ୍କୁ ଅସଭ୍ୟ ଭାଷା ପ୍ରୟୋଗ କରିବା ସହ ପୁଲିସ ଡାକିବା ପାଇଁ ଧମକ ଦେଇଥିଲେ । ସତୀଶ ରଞ୍ଜନ ଜିଦ୍ ରେ ବ୍ୟାଙ୍କ୍ ଭିତରେ ବସି ରହିଲେ ପୋଲିସ ଆସିଲେ ମୁଁ ବ୍ୟାଙ୍କ୍ ବାହାର କୁ ଯିବି ବୋଲି । ଏଥି ପ୍ରଶ୍ନ ଉଠୁଛି ଜଣେ ଜଣାଶୁଣା ଶାସକ ଦଳର ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଯଦି ବ୍ୟାଙ୍କ୍ କର୍ମଚାରୀ ମାନେ ଏମିତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ସାଧାରଣ ଜନତା ଙ୍କ କଣ ଅବସ୍ଥା ଏଠି ନ କହିବା ଭଲ । ଆଗରୁ ମଧ୍ଯ ସ୍ଥାନୀୟ ଅଞ୍ଚଳର କିଛି ଗ୍ରାହକ ଓ ସମାଜସେବୀ ବ୍ୟାଙ୍କ୍ କର୍ମଚାରୀ ଙ୍କ ମନମାନି କୁ ନେଇ ଅଭିଯୋଗ ଆଣିଥିଲେ ।ଗ୍ରାହକ ମାନଙ୍କୁ ସେବା ପ୍ରଦାନ ସହିତ ଉତ୍ତମ ବ୍ୟବହାର ପ୍ରଦାନ ବଦଳରେ କାହା ବଳରେ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ବ୍ୟାଙ୍କ୍ କର୍ମଚାରୀ ମାନେ । ଏ ସମ୍ପର୍କରେ ସତୀଶ ରଞ୍ଜନ ରିଜିଓନାଲ ମ୍ୟାନେଜର ଏବଂ ସ୍ଥାନୀୟ କବିସୂର୍ଯ୍ଯନଗର ବିଧାୟିକା , ଗଞ୍ଜାମ ଜିଲ୍ଲାପାଳ, ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଉକ୍ତ ବ୍ୟାଙ୍କ ଶାଖା ପରିଚାଳକ ବଲରାମ ପତି କୌଣସି ପ୍ରତିକ୍ରିୟା ଦେବା ପାଇଁ ରୋକ୍ ଠୋକ୍ ମନା କରିଛନ୍ତି ।