Spread the love

ସାମନ୍ତରାପୁର (ଖ ) ଗ୍ରାମରେ ବେଆଇନ ମଦ କାରବାର କୁ ଗ୍ରାମବାସୀଙ୍କ ବିରୋଧ

ଅନୁଗୋଳ, ବଅଁରପାଳ(୨୩/୧୦)ସମୟ ଆସିଛି ଗାଁ କୁ ପରିବର୍ତ୍ତନ କରିବା ପାଇଁ , ଗାଁ ରେ ଏବେ ମହିଳା ମାନେ ସଚେତନ ହେଲେଣି , ଗାଁ ରେ ବେଆଇନ ମଦ ବିକ୍ରି କୁ ଯୁବ ପିଢ଼ି ଙ୍କ ଠାରୁ ଆରମ୍ଭ କରି ମହିଳା, ଗାଁ ର ଶିକ୍ଷିତ ସମାଜ , ବୃଦ୍ଧ ବୃଦ୍ଧା ସମସ୍ତେ ବିରୋଧ କରୁଛନ୍ତି । ଅନୁଗୋଳ ଜିଲ୍ଲା ର ବଅଁରପାଳ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର (ଖ ) ଗ୍ରାମରେ ମହିଳା ମାନେ ଏକତ୍ରିତ ହୋଇ ଗାଁ ରେ ବିକ୍ରି ହେଉଥିବା ବେଆଇନ ଚୋରା ମଦ ବ୍ୟବସାୟ କୁ ବିରୋଧ କରିବା ସହିତ ଯେଉଁ ମାନେ ମଦ ବିକ୍ରି କରୁଛନ୍ତି ସେମାନଙ୍କୁ ସଚେତନ କରିଥିଲେ । ପୂର୍ବରୁ ମଧ୍ୟ ବଅଁରପାଳ ବ୍ଲକ ର କୁମଣ୍ଡ ଓ ଜରାସିଂହା ଗ୍ରାମରେ ଠିକ୍ ଏଭଳି ଭାବରେ ଚୋରା ମଦ କୁ ବିରୋଧ କରାଯାଇଥିଲା । ଚୋରା ମଦ ବିକ୍ରି ଦ୍ଵାରା ଗାଁ ରେ ସମୟ ଅସମୟରେ ପ୍ରଚୁର ପରିମାଣ ରେ ମଦ ମିଳିଯାଇଛି । ଯାହା ଫଳରେ ଯୁବକ ମାନେ ଏକ ପ୍ରକାର ପଥ ଭ୍ରଷ୍ଟ ହେଉଛନ୍ତି । ଗାଁ ରେ ମହିଳା ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ମଦୁଆ ମାନଙ୍କ ଅଭଦ୍ର ଆଚରଣ ପାଇଁ ଗାଁ ର ଉନ୍ନତି ରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ସଚେତନ ପୂର୍ବରୁ ମଧ୍ୟ ସାମନ୍ତରାପୁର (ଖ ) ବାସୀ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ , ଅବକାରୀ ବିଭାଗ, ପୋଲିସ୍ କୁ ଏ ସଂକ୍ରାନ୍ତ ରେ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନ ନେବାରୁ ଆଜି ପୂର୍ବାହ୍ନ ସମୟରେ ଗାଁ ର ସମସ୍ତ ମହିଳା ଏକାଠି ହୋଇ ଏକ ସଚେତନ ରାଲି କରିବା ସହିତ ଗାଁ ରେ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ମାନଙ୍କୁ ଆସନ୍ତା କାଲି ଠାରୁ ମଦ ବିକ୍ରି କରିବ ନାହିଁ ବୋଲି କହିଥିଲେ ।ଯଦି ମଦ ବିକ୍ରି ପୂର୍ବ ଭଳି ହେବ ତେବେ ସେମାନେ ରଜ ରାସ୍ତା ରେ ବିକ୍ଷୋଭ କରିବେ ବୋଲି ଚେତାବନୀ ।

Leave a Reply

Your email address will not be published. Required fields are marked *