ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ଶାଢ଼ୀ ବଣ୍ଟନ
ସାମାଜିକ ସାଂସ୍କୃତିକ ବିକାଶ ସଂଘ ତରଫରୁ ଦଶହରା ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ଭାପୁର ଶବର ସାହିରେ ଅସହାୟ ମହିଳା ମାନଙ୍କୁ ଶାଢ଼ୀ ବଣ୍ଟନ କରାଗଲା।ସବୁବର୍ଷ ଏହି ପରମ୍ପରା ଚାଲି ଆସିଛି ଆଗକୁ ମଧ୍ୟ ଏହା ଚାଲିବ।
ପ୍ରତିବର୍ଷ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ହୋଲିରେ ରଙ୍ଗ ବଣ୍ଟନ, ରଜରେ କୁନିକୁନି ପିଲାଙ୍କୁ ନୂତନ ବସ୍ତ୍ର ବଣ୍ଟନ,ଦଶହରାରେ ନୂତନ ଶାଢ଼ୀ ବଣ୍ଟନ ଦୀପାବଳିରେ କମ୍ବଳ ବଣ୍ଟନ ଓ ଖରାଦିନେ ଜୋତା ଓ ଛତା ବଣ୍ଟନ କରାଯାଏ।
ଏଥିରେ ସବୁବେଳେ କିଛି ସହୃଦୟ ବ୍ୟକ୍ତି ଦାନ କରନ୍ତି।ସେହିଭଳି ଲୋକଙ୍କ ପାଇଁ ସଂଘ ଆଜି କିଛି ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ସକ୍ଷମ ହେଇ ପାରିଛି।
ଆଜିର କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସୌମ୍ୟା ମିଶ୍ର ଓ ଭାପୁରର ସମାଜସେବୀ ଶୁଭ ପ୍ରସାଦ ପଣ୍ଡା ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ କରିଥିଲେ।
