Spread the love

ସାହିତ୍ୟ ସର୍ଜନା ଓ କବିତାରେ ସମାଜ ଗଢିବାରେ ବାର୍ତ୍ତା ରହିଥାଏ

ଯାଜପୁର _ ସାରସ୍ବତ ଅନୁଷ୍ଠାନ ଚାଳଘର ସାହିତ୍ୟ ସଂସଦର ଏହାର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସାଂସଦ ଡଃ ରବିନାରାୟଣ ବେହେରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କଥା ଶିଳ୍ପୀ ଦାଶ ବେନହୁର, ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଓଡ଼ିଶା ବୈଷୟିକ ଗବେଷଣା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ବିଭୁତି ଭୁଷଣ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ପୃର୍ବତନ ବିଧାୟିକା ସୁନନ୍ଦା ଦାସ,ପୋଲିସ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋ,କଥାକାର ଶୁଭ୍ରାଂଶୁ ପଣ୍ଡା, ଶିକ୍ଷକ ସଂଗଠକ ଡଃ ନୃସିଂହ ଚରଣ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ସଭାପତି ବିରଜା ପ୍ରସାଦ ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ପ୍ରତାପ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।ଓ ଦିଲିପ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଧନ୍ୟବାଦ୍ ଦେଇଥିଲେ ଅଶୋକ କୁମାର ଦାସ। ବିଶିଷ୍ଟ ଗାଳ୍ପିକ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ରଙ୍କୁ ଚାଳଘର ସମ୍ମାନ ପ୍ରଦାନ ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ଅନ୍ୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇ ଥିଲା। ଦ୍ବିତୀୟ ଅଧିବେଶନରେକବିତା ପାଠୋତ୍ସବରେ ଯାଜପୁର ଓ କେନ୍ଦ୍ରାପଡାରୁ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ। ପାଠୋତ୍ସବ କୁ ଓଡ଼ିଶା ପ୍ରଶାସନିକ ସେବାର ଯୁବ ଅଧିକାରୀ ସୁଦୀପ ମିଶ୍ର ଶୁଭାରମ୍ଭ କରିଥିବା ବେଳେ ବରୀର ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠୀ ଯୋଗଦେଇ ଥିଲେ। ବିଂଝାରପୁରର କବି ଜିତେନ୍ଦ୍ର ବେହେରା ଓ ପ୍ରଭାତ କୁମାର ମଲ୍ଲିକ ଓ ବରୀର ବରିଷ୍ଠ କବି ଓ ଆଡଭୋକେଟ ଓ ବାଲାଜି ପାଠାଗାରର ସଭାପତି ଅମ୍ବିକା ପ୍ରସାଦ ସାମଲ ଙ୍କୁ ସମ୍ମାନିତ କରାଯାଇ ଥିଲା। ଅଧ୍ୟାପକ ରବିନ୍ଦ୍ର ଦାସ,ଅମ୍ରିତା ସିଂ ଓ ବନ୍ଦନା ସାମଲ ସଂଯୋଜନା କରିଥିଲେ।ଅଜୟ କୁମାର ରଥ ଧନ୍ୟବାଦ୍ ଦେଇଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *