Spread the love

କଟକ: ଏବେ କଟକ ମହାନଗର ନିଗମ (ସିଏମସି)ରେ ନିର୍ଗତ ହେଉଥିବା ଜୈବ ବର୍ଜ୍ୟବସ୍ତୁରୁ ଉତ୍ପନ ହେବ ଇନ୍ଧନ ଗ୍ୟାସ୍‌ । ପୂର୍ବରୁ ବିଭିନ୍ନ ମହାନଗର ନିଗମରେ ଜୈବ ବର୍ଜ୍ୟବସ୍ତୁରୁ ଇନ୍ଧନ ଗ୍ୟାସ୍ ଉତ୍ପନ ହେଉଥିବାବେଳେ ସିଏମସି ଏବେ ଏହି ପଦକ୍ଷେପ ଗ୍ରହଣ କରିଛି ।

ଏଥିପାଇଁ ଜଗତପୁର ଅଞ୍ଚଳରେ ତିଆରି କରାଯିବ ବାୟୋ ମିଥାନେସନ୍‌ ପ୍ଲାଣ୍ଟ୍‌ ।

ଏହି ପ୍ଲାଣ୍ଟ୍‌ ନିର୍ମାଣ କରିବାକୁ ବଜେଟ୍‌ରେ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପରିମଳ ପରିଚାଳନା କ୍ଷେତ୍ରରେ ଏହା ବେଶ୍‌ ସହାୟକ ହେବ । ସାଧାରଣ ଲୋକଙ୍କ ପାଇଁ ଏହାକୁ ସଂରକ୍ଷିତ କରି ପ୍ରଦାନ କରାଯିବ ।ଖବର ମୁତାବକ, ଦୈନିକ ସିଏମସିରେ ଏବେ ୨୩୪.୨୫ ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଛି । ତେଣୁ ସହରରେ ନିର୍ଗତ ହେଉଥିବା ଆବର୍ଜନା ପରିମାଣ ଦିନକୁ ଦିନ ବଢୁଥିଲାବେଳେ, ଏହାକୁ ନଷ୍ଟ କରିବା ପାଇଁ ସିଏମସି ପାଇଁ ବଡ ସମସ୍ୟା ପାଲଟିଛି । ଏଭଳି ସ୍ଥିତିରେ ସିଏମସି ଦ୍ୱାରା ଜୈବ ଆବର୍ଜନାରୁ ଇନ୍ଧନ ଗ୍ୟାସ୍‌ ଉତ୍ପାଦନ ପାଇଁ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *