Spread the love

ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ବାଳକ ଓ ବାଳିକା ଚାମ୍ପିୟନସିପ୍ -୨୦୨୬ ଉଦଯାପିତ

ଅନୁଗୋଳ, ୦୬.୦୬ : ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ କ୍ରୀଡ଼ାର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ ଅନ୍ତର୍ଗତ ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍–୪ (ଅନୁଗୋଳ) ବାଳକ ଓ ବାଳିକା ଚାମ୍ପିୟନସିପ୍–୨୦୨୬ ଉଦଯାପିତ ହୋଇଯାଇଛି। ଓଡ଼ିଶା କବାଡ଼ି ସଂଘ, କ୍ରୀଡ଼ା ଓ ଯୁବ ସେବା ବିଭାଗ, ଜିଲ୍ଲା ପ୍ରଶାସନ ଅନୁଗୋଳ ଏବଂ ଅନୁଗୋଳ ଜିଲ୍ଲା ଦୌଡ଼କୁଦ ସଂଘର ମିଳିତ ଆନୁକୂଲ୍ୟରେ ୦୪.୦୬.୨୦୨୬ ରୁ ୦୬.୦୬.୨୦୨୬ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଗୋଳ ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗରେ ଅନୁଗୋଳ ୩୯–୩୦ ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିବା ବେଳେ ବାଳକ ବର୍ଗରେ ନୟାଗଡ଼ ୪୬–୩୨ ପଏଣ୍ଟରେ ଢେଙ୍କାନାଳକୁ ହରାଇ ଚାମ୍ପିୟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡ଼ଃ ଗୌର ଗୋବିନ୍ଦ ସାମନ୍ତ, ଶ୍ରୀ ନରେନ୍ଦ୍ର ମହାକୁଳ, ଶ୍ରୀ ପେସ୍କାର ଗଡନାୟକ, ଶ୍ରୀ କିଶୋର କୁମାର କର, ଶ୍ରୀମତୀ ରୁଚିରା ଦାସ ଏବଂ ଶ୍ରୀ ପ୍ରଭାସ ଦାଶ ଉପସ୍ଥିତ ରହିଥିଲେ। ସି.ଏମ୍. ଟ୍ରଫି କବାଡ଼ିର ପର୍ଯ୍ୟବେକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ଧୀର ପ୍ରତିଯୋଗିତାର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିବାବେଳେ, ରାଜ୍ୟ ସଂଯୋଜକ ଶ୍ରୀ ସୁନୀଲ କୁମାର ମହାନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି ମାଧ୍ୟମରେ ରାଜ୍ୟରେ ଏକ ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଉଥିବା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *