Spread the love

ଭୂବନେଶ୍ୱର, ୨୫/୧୨ : ସେନା ଗାଡି ଦୁର୍ଘଟଣା ଯୋଗୁ ୫ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ୧୧ ମରାଠା ଲାଇଟ ଇନଫାଣ୍ଟ୍ରିର କିଛି ଯବାନ ପାଟ୍ରୋଲିଂରେ ଯାଉଥିବା ବେଳେ ପୁଞ୍ଚ ଜିଲ୍ଲାର ବାଲନୋଇ ଠାରେ ସେନା ଗାଡି ନିୟନ୍ତ୍ରଣ ହରାଇ ଖାଇରେ ଖସି ପଡିଥିଲା। ଯବାନମାନେ ନିଲମ ହେଡକ୍ୱାର୍ଟର୍ସରୁ ବାଲନୋଇ ଘୋରା ପୋଷ୍ଟ ଯାଉଥିବା ବେଳେ ଗାଡି ନିୟନ୍ତ୍ରଣ ହରାଇ ପ୍ରାୟ ୩୫୦ ଫୁଟ ତଳକୁ ଖସି ପଡିଥିଲା।

ଦୁର୍ଘଟଣା ଖବର ପାଇବା ପରେ ମରାଠା ଲାଇଟ ଇନଫାଣ୍ଟ୍ରି ଓ ଜମ୍ମୁକଶ୍ମୀର ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତ ଯବାନମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବା ସହ ସେମାନଙ୍କ ଡାକ୍ତରଖାନା ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *