Spread the love

ଭୂବନେଶ୍ୱର,୧୫/୭ : ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ନିଜ ଗାଁ ପଳାସିଆରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୁବନେଶ୍ଵରରୁ ମରଶରୀରକୁ ତାଙ୍କ ଗାଁକୁ ନିଆଯିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିପଡ଼ିଥିଲା। ଲୁହ ଛଳ ଛଳ ଆଖିରେ ପରିବାର ଏବଂ ଗ୍ରାମବାସୀ ସୌମ୍ୟାଶ୍ରୀଙ୍କୁ ଚିରଦିନ ପାଇଁ ବିଦାୟ ଦେଇଥିଲେ।

ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା।ସୂଚନାଯୋଗ୍ୟ, ସୌମ୍ୟାଶ୍ରୀଙ୍କୁ ତାଙ୍କ କଲେଜ ଅଧ୍ୟାପକ ସମୀର ସାହୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ସୌମ୍ୟାଶ୍ରୀ ଏ ନେଇ କଲେଜ ଅଧ୍ୟକ୍ଷ ଦିଲିପ ଘୋଷଙ୍କଠାରୁ ଆରମ୍ଭ କରି ପୁଲିସ ଏବଂ ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନ୍ୟାୟ ଦାବି କରିଥିଲେ। କିନ୍ତୁ କେହି ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ନ ଥିଲେ। ସେ କଲେଜରେ ଧାରଣା ବି ଦେଇଥିଲେ। କିନ୍ତୁ ସବୁଆଡୁ ନିରାଶ ହେବା ପରେ ଗତ ଶୁକ୍ରବାର ସେ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଭୁବନେଶ୍ଵର ଏମସରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଗତ ସୋମବାର ରାତି ପ୍ରାୟା ୧୧ଟା ୪୬ରେ ସେ ଆଖି ବୁଜିଥିଲେ।

Leave a Reply

Your email address will not be published. Required fields are marked *