Spread the love

ସ୍କୁଲରେ ପାଣି ସମସ୍ୟା, ପୁରୁଣା ସ୍କୁଲ ଗୃହକୁ ଦେଇଦେଲେ ବେସରକାରୀ ସଂସ୍ଥାକୁ

ମୁଣ୍ଡ ଉପରେ ଖରାର ପ୍ରକୋପ.. ହେଲେ ବିଦ୍ୟାଳୟରେ ମିଳୁନି ପାଣି ଟୋପେ.. ଆଉ ଅନ୍ୟପକ୍ଷରେ ପାଣି ପାଇଁ ତତଲା ଖରାରେ ଧାରଣାରେ ବସିଲେ ଶିକ୍ଷୟତ୍ରୀ। ଦେଖିବା ରିପୋର୍ଟ..

ଜଳ ହିଁ ଜୀବନ.. ଖରାରେ ପାଣି ମୁନ୍ଦେ ପିଇବା ପାଇଁ ଡହଳ ବିକଳ ହେଇଯାଉଛନ୍ତି ସମସ୍ତେ…
ହେଲେ ବିଦ୍ୟାଳୟ ରେ ମିଳୁନି ପିଇବାକୁ ପାଣି…
ପିଇବା ପାଣି ଲାଇନ କାଟି ଦେବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ଧାରଣାରେ ବସିଥିଲେ କଟକ ଖ୍ରୀଷ୍ଟ କଲେଜିଏଟ ବିଦ୍ୟାଳୟ ର ଶିକ୍ଷୟତ୍ରୀ। ଗତ 3 ଦିନ ହେବ କଟକ ମିଶନ ରୋଡ ସ୍ଥିତ ଖ୍ରୀଷ୍ଟ କଲେଜିଏଟ୍ ସ୍କୁଲ୍ ର ପାଣି ପାଇପ ଲାଇନକୁ କଟକ ଖ୍ରୀଷ୍ଟ ଏଜୁକେସନ ବୋର୍ଡ଼ କାଟିଦେବା ଯୋଗୁଁ ବିଦ୍ୟାଳୟରେ ପିଲାମାନେ ପିଇବା ପାଣିରୁ ବଞ୍ଚିତ ହେଉଛନ୍ତି ବୋଲି ଧାରଣାରେ ବସିଥିବା ଶିକ୍ଷୟତ୍ରୀ କହିଛନ୍ତି। ସ୍କୁଲ୍ କ୍ୟାମ୍ପସକୁ ଏକ ଘରୋଇ ବିଦ୍ୟାଳୟ ହାତକୁ “କଟକ ଖ୍ରୀଷ୍ଟିଆନ ଶିକ୍ଷା ବୋର୍ଡ” ଲିଜରେ ଦେବା ପରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଲାଇନ କାଟି ଦେବା ଆଉ ଏବେ ପାଣି ଲାଇନ କାଟିଦେବା ନେଇ ଖ୍ରୀଷ୍ଟଆନ ବୋର୍ଡ଼ ଓ CRCC ଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳିପାରିନାହିଁ। ଏନେଇ ଜିଲ୍ଲା ଶିକ୍ଷାଧିକାରୀ କିମ୍ବା ଖ୍ରୀଷ୍ଟିଆନ ଶିକ୍ଷା ବୋର୍ଡ଼ ର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସେ ଯାହା ହେଉ ନା କାହିଁକି ଏଭଳି ଖରାରେ ପାଇପ ଲାଇନ କାଟିଦେବା କେତେଦୂର ଠିକ ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି…
କଟକରୁ ପ୍ରଦୀପ କୁମାର କାଣ୍ଡି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *