ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ର World Toilet Day ପାଳିତ
ଅଦ୍ୟ ତା 19.11.2026 ରିଖ ଗୁରୂବାର ଢେଙ୍କାନାଳ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଶୀର୍ବାଦ ମାଧ୍ୟ୍ୟମରେ ଫାଂସା ଇଣ୍ଡିଆ, ଆଇ. ଆଇ. ୟାଇ. ଡି ଭୁବନେଶ୍ୱର ସହାୟତାରେ ଭଦ୍ରକ ଜ଼ିଲ୍ଲା ଧାମନଗର ବ୍ଲକ ର ଦଇପୁର ଗ୍ରାମ ପଂଚାୟତ ଠାରେ World Toilet Day ପାଳିତ ହୋଇଯାଇଛି l ଏଠାରେ ଦଇପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ର ସଭ୍ୟl, ସି. ଆର. ପି, ମାନେ ଏମ ବି କେ ଆଦି 40ଜଣ ରୁ ଉର୍ଦ୍ଧ ସଭ୍ୟl ଉପସ୍ଥିତ ଥିଲେ l ଆଶୀର୍ବାଦ ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ବାହାରେ ମଳତ୍ୟାଗ ବନ୍ଦ କରିବା ଓ ନିଜେ, ନିଜ ପରିବାର, ସାହି ପଡିଶା ବନ୍ଧୁ ବାନ୍ଧବ ତଥା ଅନ୍ୟ ମାନଙ୍କୁ ବାହାରେ ମଳତ୍ୟାଗ ବନ୍ଦ କରିବା ସହିତ ସବୁବେଳେ ପାଇଖାନା ବ୍ୟବହାର କରିବାକୁ ଶପଥ କରାଇଥିଲେ l ଖାଇବା ପୂର୍ବରୁ ଏବଂ ଶୌଚ ପରେ ସାବୁନରେ ହାତ ଧୋଇବା ନିହାତି ଦରକାର ବୋଲି ବୁଝାଇଥିଲେ l ଅନୁଷ୍ଠାନ ର ସଭାପତି ଶୁଭଶ୍ରୀ ପ୍ରଧାନ, ବନଜା ମାନସିଂ, ବିନୋଦିନୀ ରାଉତ, କିରଣ ନାୟକ ଖଗେଶ୍ୱର ରାଉତ, ପ୍ରକାଶ ଦାଶ, ଜି. ମନ୍ମଥ ରାଓ,ଅନାଦି ସାହୁ, ଯୋଗେନ୍ଦ୍ର ପାତ୍ର,ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ପାଇଖାନା ବ୍ୟବହାର ସମ୍ବଦ୍ଧରେ ସ୍ଲୋଗାନ ଦେଇ ସଚେତନ ରାଲି କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଆଶୀର୍ବାଦ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସତୀଶ ପ୍ରଧାନ ପରିଚାଳନା କରିଥିଲେ l

