Spread the love

ବ୍ରହ୍ମପୁର, ୧୨/୧୦ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଆଇନଜୀବି, ବାର୍ କାଉନସିଲ ମେମ୍ବର ସ୍ଵର୍ଗତ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ଯରେ ଏକ “ଶୋକ ସଭା” ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଦଳୀୟ ଜିଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଵର୍ଗତ ପୀତବାସ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦଳୀୟ ନେତୃବୃନ୍ଦ ସ୍ଵର୍ଗତ ପୀତବାସ ପଣ୍ଡା ଜଣେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢୁଥିବା ନିର୍ଭୀକ ସାହସିକତାର ବ୍ୟକ୍ତିତ୍ୱ ଥିଲେ, ଏହା ସହ ସେ ଜଣେ ଗରିବଙ୍କ ସହାୟକ ଏବଂ ଦରଦୀ ବନ୍ଧୁ ଭାବେ ପରିଚିତ ଥିଲେ ।

ଗତ ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ତାଙ୍କ ଘର ନିକଟରେ ଦୁର୍ବୃତ୍ତ ମାନଙ୍କ ଗୁଳିରେ ନିହତ ହୋଇଥିଲେ, ଯାହାକି ଭାରତୀୟ ଜନତା ପାର୍ଟି ତଥା ସମଗ୍ର ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲା ବାସୀଙ୍କୁ ସ୍ତବ୍ଧ କରିଥିଲା । ଯୋଜନାବଦ୍ଧ ଭାବେ ଏହିପରି କାପୁରୁଷ କାର୍ଯ୍ୟ କରିଥିବା ଘଟଣାକୁ ସମସ୍ତ ଦଳୀୟ ନେତୃବୃନ୍ଦ ଦୃଢ଼ ନିନ୍ଦା କରିବା ସହ ଗୁଳି କରିଥିବା ଦୁଇ ଜଣ ଅପରାଧୀଙ୍କ ସମେତ ପ୍ରଚ୍ଛଦପଟର ଖଳନାୟକଙ୍କୁ ତୁରନ୍ତ ଧରାଯାଇ ସେମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ରଖିଥିଲେ । ଆଜିର ଏହି “ଶୋକ ସଭା” କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ,ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ରାଷ୍ଟ୍ରୀୟ ପରିଷଦ ସଦସ୍ୟ କାହ୍ନୁ ଚରଣ ପତି,ପୂର୍ବତନ ଜିଲ୍ଲା ସଭାପତି ଶିଶିର ପାଢୀ,ବରିଷ୍ଠ ଆଇନଜୀବି ତଥା ରାଜନୈତିକ ସମୀକ୍ଷକ ଅଜିତ ସାହୁ,ରାଜ୍ୟ ମିଡ଼ିଆ ପେନାଲିଷ୍ଟ ଟି.ଗୋପି, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ,ସିଦ୍ଧାନ୍ତ ଗଙ୍ଗଦେବ,ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥ,ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ସାହୁ,ଲକ୍ଷ୍ମୀ ନାରାୟଣ ପଣ୍ଡା,ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍ ରାଣୀ,ନିବେଦିତା ପାଢୀ,ବାଳକୃଷ୍ଣ ସାମନ୍ତରାୟ,ଅଶୋକ ଶୁକ୍ଳା,ବନମାଳୀ ସେଠୀ,ରାଜ୍ଯ ଯୁବ ମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମାୟାନନ୍ଦ ଦାସ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି କୀର୍ତ୍ତନ ଦାସ,କର୍ପୋରେଟର୍ ବନିତା ସାହୁ,ମଣ୍ଡଳ ସଭାପତି ବର୍ଷା ବିଦୁସ୍ମିତା,ମୋନିତା ଦାଶ,ଜଗନ୍ନାଥ ଜେନା,ସୁମନ୍ତ ସାହୁ,ରାମକୃଷ୍ଣ ପଟ୍ଟନାୟକ,ପ୍ରବୀର ପାତ୍ର,ସଞ୍ଜୟ କୁମାର ଦାସ,ଆଲୋକ କୁମାର ସାହୁ,ବିଷ୍ନୁ ସୁବୁଦ୍ଧି,ଜି.ରାଜେନ୍ଦ୍ର ପ୍ରସାଦ,ଶ୍ରୀକାନ୍ତ ପାଢୀ,ସୂର୍ଯ୍ୟ ଦାସ,ପ୍ରଦୀପ ମିଶ୍ର,ତ୍ରିଲୋଚନ ସାହୁ,ଆଇନଜୀବି କୁଞ୍ଜ ବିହାରୀ ପଣ୍ଡା,ସନ୍ତୋଷ ସାହୁ,ମନୋଜ ପଣ୍ଡା,ଗୋପଳ ସ୍ଵାଇଁ,ଉଷା ରାଣୀ ମହାପାତ୍ର,ସ୍ମିତାଲି ସ୍ନିଗ୍ଧା ପାତ୍ର,ନମିତା ରାଣୀ ପଣ୍ଡା,ସାଗର ପାତ୍ର,ସଚିନ୍ ପଣ୍ଡା,ତ୍ରିନାଥ ନାୟକ,ବି.ରବି ରାଓ,ପଦ୍ମ ନାୟକ,କୃଷ୍ଣ ପଲାଇ,ଅମର ସାହୁ,ନୀଳକଣ୍ଠ ବେହେରାଙ୍କ ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ସ୍ଵର୍ଗତ ପୀତବାସ ପଣ୍ଡାଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *